ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଣମାଲ ସମିତି ସଭ୍ୟା ଙ୍କ ଚାରୋଟି ସନ୍ତାନ ଥିବା ଅଭିଯୋଗ

ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜୟପାଟଣା ବିଡ଼ିଓ

ଜୟପାଟଣା ୨୦/୬(ମସିହା) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ସମିତି ସଭ୍ୟlଙ୍କ ଚାରୋଟି ସନ୍ତାନ ଥିବା ଅଭିଯୋଗ ହୋଇ ତାହାର ସତ୍ୟତା ଥିଲେ ହେଁ ଜୟପାଟଣା ବିଡ଼ିଓ ତଦନ୍ତ କରି ରିପୋର୍ଟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। ଜୟପାଟଣା ବ୍ଲକ ରଣମାଲ ପଞ୍ଚୟତ ସମିତି ସଭ୍ୟl ବୈଜୟନ୍ତି ବାଗ ଙ୍କ ଚାରୋଟି ଜନ୍ମିତ ପୁତ୍ର ଥିବା ଏବଂ ସେମାନଙ୍କ ଜନ୍ମଗତ ପ୍ରମାଣ ସହ ତାଙ୍କୁ ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗର ଆଇନର ଧାରା ଅନୁଯାୟି ସମିତିସଭ୍ୟ ପାଇଁ ଅଯୋଗ୍ୟ ଘୋଷଣା ପାଇଁ ପ୍ରତିଦ୍ବନ୍ଦି ପ୍ରାଥିନି ଜ୍ୟୋତି ଛତ୍ରୀଆ ଗତ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ତାଙ୍କ ଚିଠି ସଂଖ୍ୟା ୬୮୭ ତା ୨୧.୪.୨୨ରେ ଜୟପାଟଣା ବିଡ଼ିଓ ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ ହେଲେ ୨ମାସ ହୋଇଯାଇଥିଲେ ହେଁ ବିଡ଼ିଓ ରିପୋର୍ଟ ପ୍ରଦାନ କରୁନାହାନ୍ତି।ଜୟପାଟଣା ବିଡ଼ିଓ ରାଜନୈତିକ ଚାପରେ ରିପୋର୍ଟ ପ୍ରଦାନ କରୁନଥିବା ଅଭିଯୋଗ ହୋଉଛି । ତେବେ ଏ ନେଇ ଗତ ଶନିବାର ଦିନ ଜୟପାଟଣା ଥାନାରେ ସମିତି ସଭ୍ୟା ବୈଜୟନ୍ତି ବାଗ ଙ୍କ ନାମରେ ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଛି।ଥାନାରେ କେଶ ନମ୍ବର ୨୧୭/୨୨ ରେ ଜାଲିଆତି ଭାରତୀୟ ଦଣ୍ଡବିଧାନ ଅଧିନିୟମ ୧୮୬୦ ଅନୁଯାୟୀ ଧାରା ୪୧୭,୪୬୫,୪୬୮,୪୭୧ ରୁଜୁ ହୋଇଛି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।

ହୃଷିକେଶ ମୁଣ୍ଡ ଜୟପାଟଣା କଳାହାଣ୍ଡି ଙ୍କ ରିପୋର୍ଟ 

Related posts

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

Sunil Chandra Nayak

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

ବାଣ ଦୋକାନ ରେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର

Sunil Chandra Nayak

Leave a Comment

error: Content is protected !!