ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୨୦/୦୬(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍ ଡା. ନିହାରରଞ୍ଜନ ସାହୁ, ବିପିଏମ୍ ସୁରଜିତ ସିଂ କୁମାର, ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅକ୍ଷୟ ଗୋଛାୟତ, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ଲାଞ୍ଜିଗଡ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ଲାଞ୍ଜିଗଡରୋଡ଼ ୟୁପି ସ୍କୁଲର ପ୍ରଧାନଶିକ୍ଷକ ନଗେନ୍ଦ୍ରନାଥ ପଟ୍ଟନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ଜାହ୍ନବୀ ପଣ୍ଡା, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର , ଯୁବ ସ୍ବେଚ୍ଛାସେବୀ କେ. ବାସୁ, ବାମ୍ ମିତ୍ରଭାନୁ ଦାସ, ପୂର୍ତ୍ତ ଏବଂ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମ ପରିଚାଳନାରେ ଲଳିତ ବିଶ୍ବାଳଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ନର୍ଲା ବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ଟୀକା ନେଇ ଏକ ମାସ ର ଶିଶୁ ମୃତ

Sunil Chandra Nayak

ଆମପାଣି ପଞ୍ଚାୟତ ର ଦୁର୍ଗମ ଟିର୍ଲିଆମ ଗାଁ ରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁ ରେ ପହଞ୍ଚିଲେ ମେଡିକାଲ ଟିମ

Sunil Chandra Nayak

Leave a Comment

error: Content is protected !!