ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

 ମୟୂରଭଞ୍ଜ -୧୪/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ଓ୍ବାର୍ଡରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’,କରଂଜିଆ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଜଣ ଚକ୍ଷୁ ରୋଗୀ ନାମ ପଂଜୀକୃତ କରିଥିଲେ । ସେମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା ତନ୍ମଧ୍ୟରୁ ୧୬ ଜଣଙ୍କ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇଛି । ସେମାନଙ୍କୁ ମାଗଣାରେ ଅପରେସନ କରାଯିବ । ଏଥିରେ ଭୂମିକା ହସ୍ପିଟାଲର ଚକ୍ଷୁ ଡାକ୍ତର ଆର ରାଉତ,ଲିଜାରାଣୀ ମହାନ୍ତ,ପ୍ରଜ୍ଞାସିନୀ ଦାସ,ଆଶା ସାହୁ ଏବଂ ରାଇରଙ୍ଗପୁର ଚକ୍ଷୁ ଓ୍ବାର୍ଡର ଶବ୍ଦରୁ ବାସ୍କେ ଚକ୍ଷୁ ପରୀକ୍ଷା କରି ରୋଗୀମାନଙ୍କୁ ଉତ୍ତମ ସେବା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ,କୋରାନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଭୋଜିଭାତ ଖାଇ ୫୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୭୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

Sunil Chandra Nayak

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!