ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

 ମୟୂରଭଞ୍ଜ -୧୪/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ଓ୍ବାର୍ଡରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’,କରଂଜିଆ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଜଣ ଚକ୍ଷୁ ରୋଗୀ ନାମ ପଂଜୀକୃତ କରିଥିଲେ । ସେମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା ତନ୍ମଧ୍ୟରୁ ୧୬ ଜଣଙ୍କ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇଛି । ସେମାନଙ୍କୁ ମାଗଣାରେ ଅପରେସନ କରାଯିବ । ଏଥିରେ ଭୂମିକା ହସ୍ପିଟାଲର ଚକ୍ଷୁ ଡାକ୍ତର ଆର ରାଉତ,ଲିଜାରାଣୀ ମହାନ୍ତ,ପ୍ରଜ୍ଞାସିନୀ ଦାସ,ଆଶା ସାହୁ ଏବଂ ରାଇରଙ୍ଗପୁର ଚକ୍ଷୁ ଓ୍ବାର୍ଡର ଶବ୍ଦରୁ ବାସ୍କେ ଚକ୍ଷୁ ପରୀକ୍ଷା କରି ରୋଗୀମାନଙ୍କୁ ଉତ୍ତମ ସେବା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ – ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା ଉଦଘାଟିତ

କୁନବିହାରୀ ଦାସଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜିତ

ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Leave a Comment

error: Content is protected !!