ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆବଶ୍ୟକ ଥିଲେ ନିଅନ୍ତୁ ବଳକା ଥିଲେ ଦିଅନ୍ତୁ ଉଦଘାଟନ 

ରାଇଘର (ମ ନି ସ )୧୪/୧୦ – ଆଜି ରାଇଘର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆବଶ୍ୟକ ଥିଲେ ନିଅନ୍ତୁ ବଳକା ଥିଲେ ଦିଅନ୍ତୁ ଷ୍ଟୋଲ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିସ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନାନାରା ଖରା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର୍ ସେଠୀ,ଏଏସଆଇ ରବିନ୍ଦ୍ର ନାଥ ପ୍ରଧାନ,ଲ୍ୟାମସ୍‌ ଏମଡି ନିରାକାର ରାଉତ ସହ ବ୍ୟବସାୟୀ ସଂଘ ସଦସ୍ୟ ଲକ୍ଷ୍ମୀକାନ୍ତ ଝାୱର, ସହ ସ୍ଥାନୀୟ ଅଞ୍ଚଳବାସୀ ଯୋଗ ଦେଇଥିଲେ l ଏହି ଅବସରରେ ରାଇଘର ସାମ୍ବାଦିକ ସଂଘ ସଭାପତି ଭବାନୀ ନାୟକ,ଉପଦେଷ୍ଟା କିରଣ ପଟ୍ଟନାୟକ ଅମିୟ ମହାପାତ୍ର, ମୋନଜ୍ ରାଜପୁତ୍,ବିଶ୍ୱଜିତ ମହାରଣା,ଆଶିଷ ମଜୁମଦାର,ଲଳିତ ମୋହନ ନାୟକ ସହଯୋଗ କରିଥିଲେ l ସାମ୍ବାଦିକ ସଂଘ ପ୍ରଚେଷ୍ଟାରେ ଉକ୍ତ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିସ କର ଏଭଳି ଜନ ସେବା କରି ଥିବାରୁ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ l ସମସ୍ତଙ୍କ ସହଯୋଗ ବଳରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହେବା ସହ ଲୋକଙ୍କ ନିମନ୍ତେ ଫଳ ପ୍ରଦ ହେବ ବୋଲି କହିଛନ୍ତି l ଏହି ଅବସରରେ ଅତିଥିଗଣ ଦ୍ବାରା ପୋଷାକ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତେକ ଘରେ ବ୍ୟବହାର କରୁଥିବା ପୋଷାକ ଛୋଟ ବଡ ହେବା ପରେ ଅଯଥା ଫିଙ୍ଗି ଦିଆଯାଉଛି କିନ୍ତୁ ଅନେକ ଘରେ ପିନ୍ଧିବାକୁ ପୋଷାକ ମିଳୁ ନାହିଁ l ଆଗକୁ ଶୀତ ଦିନ ମଧ୍ୟ ଆସୁଛି ଏହାକୁ ଗୁରୁତ୍ୱ ଦେଇ ରାଇଘର ସାମ୍ବାଦିକ ସଂଘ ସଦସ୍ୟଙ୍କ ପ୍ରଚେଷ୍ଟାରେ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଓ ବ୍ଲକ୍ କାର୍ଯ୍ୟାଳୟ ନିକଟରେ “ଆବଶ୍ୟକ ଥିଲେ ନିଅନ୍ତୁ ବଳକା ଥିଲେ ଦିଅନ୍ତୁ “ନାମରେ ଏକ ଷ୍ଟୋଲ ଖୋଲା ଯାଇଛି l ଉକ୍ତ ଷ୍ଟୋଲ ଠାରେ ଆପଣଙ୍କ ଘରେ ବ୍ୟବହାର କରୁନଥିବା ଅଦରକାରୀ ପୋଷାକ ଏଠାରେ ଦେଲେ ଆବଶ୍ୟକ ଲୋକଙ୍କ ନିକଟରେ ପହଞ୍ଚି ପାରିବ ଲକ୍ଷ୍ୟ ରଖି ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଡାକ୍ତର ଋତୁପୂର୍ଣ୍ଣା ଶିବାନୀ ଦଣ୍ଡସେନା ଙ୍କ ପ୍ରୟାସ ରେ 20 ଜଣ ଛାତ୍ରୀ ଙ୍କୁ ସୋଲାର ଲାଇଟ ବଣ୍ଟନ

ଆଡ଼ିବନ୍ଧ ନିର୍ମାଣ ନ ହେବା ଯୋଗୁଁ ୨୫ ରୁ ଉର୍ଦ୍ଧ୍ବ ଗାଁ ମାନଚିତ୍ରରୁ ନିଜର ଅସ୍ତିତ୍ବ ହରାଇବେ

Sunil Chandra Nayak

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

Sunil Chandra Nayak

Leave a Comment

error: Content is protected !!