ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ମିଠା ଦରଦ

ମିଠା ଦରଦ

ସରୋଜ କୁମାର ସାହୁ

ଚୁପି ଚୁପି କାନେ କହି ଛୁଇିଁ ଦିଏ ମଥା,
ବୋଳି ଦେଇ ଦେହ ସାରା ପ୍ରୀତିର ବାରତା।
ରୁଣୁ ଝୁଣୁ ପାଉଜିଁର ସୁର ଲୟ ଭୁଲି,
ଝୁଟି ଆସେ ଗୋରା ପାଦ ତୋ ପାଖକୁ ଚାଲି।
ନିତି ଆସି ସପନରେ ଭାଙ୍ଗେ ଯିଏ ନିଦ,
ମୁଁ ପରା ତୋର ସେହି ମିଠାର ଦରଦ।
ମିଞ୍ଜି ମିଞ୍ଜି ଆଲୁଅରେ ଝୁରେ ତୋର ଆଖି,
ସେଇ ଆଶା ମନେ ଜାଗି ରାତି ଆଣେ ଡାକି।
ଯାହା ପାଇିଁ ଶେଜ ତୋର ଅସଜଡା ହୁଏ,
କେତେ ଦିନୁ ଜାଣି ନାହିଁ ତୋତେ ଭଲପାଏ।
ଛୁଇଁ ନାହିଁ ଭ୍ରମର କି କୋଉ ପ୍ରଜାପତି’
ତୋ ପାଇଁକି ସାଇଛିତି ମୋ ମନେ ପୀରତି।
ଉଛୁଳା ଯୌବନ ସାଥେ ଢଳ ଢଳ ଦେହ,
କେବେ ନେବ ଚୋରାଇକି ପ୍ରିୟ ଥରେ କୁହ।
ଫଗୁଣର ଯେତେ ରଙ୍ଗ ମୋ ଦେହରେ ଭରା,
ଖିଲି ଖିଲି ମିଠା ହସ ଢାଳି ଦିଏ ପରା।
ଫୁଲର କୋମଳ ଛୁଆଁ ଲିଭିନି ଅଙ୍ଗରୁ,
ବାହା ମେଲି ତୋଳି ନିଅ ଝରିବା ଆଗରୁ।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

Related posts

ନର୍ଲା ରେ ମିଶନ ଶକ୍ତି ଋଣ ମେଳା: ଯୋଗ ଦେଲେ ଜିଲ୍ଲାପାଳ 

Sunil Chandra Nayak

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

Sunil Chandra Nayak

କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫର୍ମେସନ (କେ ଏଫ୍ ଏସ୍ ଟି) ର ଅଭିନବ ପ୍ରୟାସ

Sunil Chandra Nayak

Leave a Comment

error: Content is protected !!