ମିଠା ଦରଦ
ସରୋଜ କୁମାର ସାହୁ
ଚୁପି ଚୁପି କାନେ କହି ଛୁଇିଁ ଦିଏ ମଥା,
ବୋଳି ଦେଇ ଦେହ ସାରା ପ୍ରୀତିର ବାରତା।
ରୁଣୁ ଝୁଣୁ ପାଉଜିଁର ସୁର ଲୟ ଭୁଲି,
ଝୁଟି ଆସେ ଗୋରା ପାଦ ତୋ ପାଖକୁ ଚାଲି।
ନିତି ଆସି ସପନରେ ଭାଙ୍ଗେ ଯିଏ ନିଦ,
ମୁଁ ପରା ତୋର ସେହି ମିଠାର ଦରଦ।
ମିଞ୍ଜି ମିଞ୍ଜି ଆଲୁଅରେ ଝୁରେ ତୋର ଆଖି,
ସେଇ ଆଶା ମନେ ଜାଗି ରାତି ଆଣେ ଡାକି।
ଯାହା ପାଇିଁ ଶେଜ ତୋର ଅସଜଡା ହୁଏ,
କେତେ ଦିନୁ ଜାଣି ନାହିଁ ତୋତେ ଭଲପାଏ।
ଛୁଇଁ ନାହିଁ ଭ୍ରମର କି କୋଉ ପ୍ରଜାପତି’
ତୋ ପାଇଁକି ସାଇଛିତି ମୋ ମନେ ପୀରତି।
ଉଛୁଳା ଯୌବନ ସାଥେ ଢଳ ଢଳ ଦେହ,
କେବେ ନେବ ଚୋରାଇକି ପ୍ରିୟ ଥରେ କୁହ।
ଫଗୁଣର ଯେତେ ରଙ୍ଗ ମୋ ଦେହରେ ଭରା,
ଖିଲି ଖିଲି ମିଠା ହସ ଢାଳି ଦିଏ ପରା।
ଫୁଲର କୋମଳ ଛୁଆଁ ଲିଭିନି ଅଙ୍ଗରୁ,
ବାହା ମେଲି ତୋଳି ନିଅ ଝରିବା ଆଗରୁ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ