ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

ବାଲେଶ୍ଵର,୨୩/୧୧/୨୨- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ପଞ୍ଚୁଲିଙ୍ଗେଶ୍ର ପାନ୍ଥଶାଳା ନିକଟରେ ଦରମା ବୃଦ୍ଧି ନେଇକୃଷକ ସାଥୀ ମାନଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ ସାଥୀ ମାନଙ୍କର ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି । ଏହି ବୈଠକରେ ବିଭିନ୍ନ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଛନ୍ତି । ଉକ୍ତ ବୈଠକରେ ଔପଦା ବ୍ଲକର ୧୧ଗୋଟି ପଂଚାୟତରୁ ସମସ୍ତ ସାଥୀ ମାନେ ଉପସ୍ଥିତ ଥିଲେ । ଏଥିରେ ପ୍ରମୋଦ କୁମାର ମହାପାତ୍ର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଶରତ କୁମାର ପୃଷ୍ଟି କାର୍ଯ୍ୟକରୀ ସଭାପତି, ଅନନ୍ତ ଦାସ ଉପ- ସଭାପତି, ବେଣୁଧର ବାରିକ ସମ୍ପାଦକ, ସଚ୍ଚିତାନନ୍ଦ ପୁହାଣ କାର୍ଯ୍ୟକାରୀ ସମ୍ପାଦକ, ଜ୍ଞାନ ରଞ୍ଜନ ଜେନା ସହ-ସମ୍ପାଦକ, ଗୟାଧର ମଳିକ କୋଷାଧକ୍ଷ ଓ ଲଷ୍ମୀକାନ୍ତ ମିଶ୍ର ସହ-କୋଷାଧକ୍ଷ ଭାବରେ ମନୋନୀତ ହୋଇଛନ୍ତି । ଉକ୍ତ ମନୋନୟନ କାର୍ଯ୍ୟକ୍ରମରେ ବାଲେଶ୍ୱରର ସଭାପତି ପ୍ରଶାନ୍ତ ପରିଡା ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ସରକାରକୁ ଘେରିବାର ଯୋଜନା ରହିଛି ବୋଲି ବୈଠକରେ ସିଦ୍ଧାନ୍ତ ହୋଇଛି । ସରକାର ଯଦି ଏଥିପ୍ରତି କର୍ଣ୍ଣପାତନ କରନ୍ତି, ଆଗାମୀ ଦିନରେ ବିରାଟ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଗଠନ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

Leave a Comment

error: Content is protected !!