ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମନଗରରେ ଆୟୋଜିତ ସର୍ବଭାରତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲ

ନର୍ଲା ୨୩/୧୧ (ମନିସ): ଗୁଜରାଟର ଜାମନଗରରେ ଆୟୋଜିତ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଭର୍ସାଟାଇଲ୍ ୟୁଥ୍ ସଟକନ କରାଟେ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ସେ ଭାଗନେଇ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ସିଲଭର ମେଡାଲ ପ୍ରାପ୍ତ କରିଛନ୍ତି। ୨୪ ବର୍ଷିୟ ତପନ ଗଉଡ଼ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ସଞ୍ଜୁ ଗଉଡ଼ ଓ ଭୁରି ଗଉଡ଼ଙ୍କ ସୁପୁତ୍ର ଅଟନ୍ତି। ସେ ବର୍ତ୍ତମାନ ରାଜକୋଟର ଇନୋଭେଟିଭ୍ ଇଣ୍ଟରନେସନାଲ୍ କଲେଜ ଏବଂ ରାଜକୋଟ ଏମଏସବି ସ୍କୁଲର କରାଟେ କୋଚ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଜଣେ ଉଚ୍ଚାକାଂକ୍ଷୀ ଓ କଠୋର ପରିଶ୍ରମୀ ଯୁବକ ତପନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗ୍ରାମାଞ୍ଚଳରୁ ଯାଇ ଗୁଜରାଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଲ୍ ଗୁଜରାଟ ମାର୍ଶାଲ ଆର୍ଟ ଏକାଡେମୀରେ ଶିକ୍ଷା ପ୍ରାପ୍ତ ଶ୍ରୀ ଗଉଡ଼ ପୂର୍ବରୁ ଅନେକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ କୋଚ୍ ହରେଶ ତ୍ରିବେଦୀଙ୍କ ତତ୍ତ୍ୱାବଧାନରେ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ କରାଟେ ଚମ୍ପିୟନସିପରେ ଦ୍ବିତୀୟ ସ୍ଥାନ ଅଧିକାର କରି ସେ ସାରା ଓଡ଼ିଶା ତଥା କଳାହାଣ୍ଡି ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ କରାଟେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତାରେ ଜନ୍ମମାଟି ବୁଢ଼ୀପଦର ସହ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ତପନ ଏହି ସଫଳତାର ଶ୍ରେୟ ନିଜ ଜନ୍ମମାଟି, ପିତାମାତା ଓ କୋଚଙ୍କୁ ଦେଇଛନ୍ତି। ଯଦି ଓଡ଼ିଶାର କୌଣସି ସ୍କୁଲରେ ସୁଯୋଗ ମିଳେ, ତେବେ ସେ ନିଶ୍ଚୟ ଗୁଜରାଟରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି ତପନ। ତାଙ୍କର ଏହି ସଫଳତାର ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ଼, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶତ୍ରୁଘନ ଧଙ୍ଗଡ଼ାମାଝୀଙ୍କ ସମେତ ଜିଲ୍ଲାର ଅନେକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ନର୍ଲାରୁ ଦୀପକ କୁମାର ଠାକୁରଙ୍କ ରିପୋର୍ଟ

Related posts

ଶୌର୍ଯ୍ୟ ଦିବସ ରେ ସହିଦ୍ ଟୀକଚନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଚାରିଦିନ ର ବ୍ୟବଧାନରେ ପୁଣି ଲାଗିଲା ମାଓ ପୋଷ୍ଟର

Sunil Chandra Nayak

ବାଲେଶ୍ବର – ଉଦଯାପିତ ହେଲା ସଂସ୍କୃତ ସମ୍ଭାଷଣ ଶିବିର

Sunil Chandra Nayak

Leave a Comment

error: Content is protected !!