ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲିଘାଟ ନିଲାମ ଘଟଣାକୁ କେନ୍ଦ୍ର କରି ଥାନା ଘେରିଲେ ଗ୍ରାମବାସୀ

କଲମପୁର – ଥୁଆମୂଳ ରାମପୁର:୨୫-ମ.ନି.ସ:- କଳାହାଣ୍ଡି ଜିଲ୍ଲା କଲମପୁର ତହସିଲ ଅଧିନରେ ଥିବା ଖଣ୍ଡିଡଙ୍ଗରିଗୁଡା ହାତୀନଦୀ ଘାଟ ନିଲାମ ହେବା ପ୍ରସଙ୍ଗ କୁ ନେଇ ଏବେ ବିବାଦ ଘେରକୁ ଛନ୍ଦି ହୋଇ ପଡୁଛି । ଯେତେ ବେଳେ ବାଲିଘାଟ ନିଲାମ ହୋଇଥିବାରୁ ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଆସୁଛନ୍ତି । ତଥାପି ଏହାକୁ ନେଇ ତହସିଲ କାର୍ଯ୍ୟାଳୟ ନିଜ ଜିଦରେ ଅଟଳ ରହି ନିଲାମ ପ୍ରଦାନ କରିଛନ୍ତି ।ନିଲାମଧାରୀ ଲୋକଙ୍କ ବିରୋଧରେ ଯାଇଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ନାମରେ ଜୟପାଟଣା ଥାନାରେ ମାମଲା ଦାୟର କରିଥିଲେ । ଏଥିରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବଡ଼କୁଟରୁ ଫାଣ୍ଡି ଘେରାଉ କରିଥିଲେ। ଏଥିରେ ଫାଣ୍ଡି ଅଧିକାରୀ ଅସହାୟ ପ୍ରକାଶ କରିବା ପରେ ଗ୍ରାମବାସୀମାନେ ଜୟପାଟଣା ଥାନାର ଦ୍ବାରସ୍ତ ହୋଇଲିଖିତ ଅଭିଯୋଗ ଦେଇଥିଲେ। ଲିଜଧାରୀ ଭଗବାନ ବିହାରୀ ଥାନାରେ ପହଁଞ୍ଚି ସମସ୍ତ କାଗଜପତ୍ର ଦାଖଲକରି ନିଜ ପକ୍ଷ ରଖି ଥିବାବେଳେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଏହା ପୁଲିସର ମାମଲା ନୁହେଁ ରାଜସ୍ୱ ବିଭାଗର ମାମଲା ଓ ଏହା ତହସିଲ କାର୍ଯ୍ୟାଳୟରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀ ଙ୍କୁ କହିଛନ୍ତି ।ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ତହସିଲଦାର ଙ୍କ ଏପରି ଭୂମିକାକୁ ନେଇ ଗ୍ରାମବାସୀ ସନ୍ଦେହ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାରିପାର୍ଶକ ପରିସ୍ଥିତିକୁ ଅଣଦେଖା କରି ତହସିଲଦାର ନିଜ ଜିଦରେ ଅଟଳ ରହି କୌଣସି ପ୍ରକାରେ ନିଲାମ ପ୍ରକ୍ରିୟା ଶେଷ କରିଦେଲେ । ପଲ୍ଲୀସଭା ଏବଂ ଗ୍ରାମ ସଭାରେ ଗ୍ରାମବାସୀ ନଦୀ ଖଣ୍ଡି ଲିଜକୁ ପ୍ରତ୍ଯାକ୍ଷାନ ସ୍ୱରୂପ ଦସ୍ତଖତ କଲା ପରେ ମଧ୍ୟ ଏହା ଉପରେ କୌଣସି ବିଚାର ବିମର୍ଷ ନ କରିବା ସହ ସରପଞ୍ଚଙ୍କ NOC ମିଳିନଥିବା ଜଣାପଡିଛି ତଥାପି ଲିଜ ପ୍ରଦାନ ପଛରେ ଯେଉଁ ଉଦେଶ୍ୟ ରହିଛି ତାହାହିଁ ବିବାଦୀୟ ରୂପ ନେଇଥିବା ଗ୍ରାମବାସୀ କହିଛନ୍ତି । ପ୍ରକାଶ ଯେ କେଉଁ ଆବାହାନ କାଳରୁ କଲମପୁର ବ୍ଳକର ମଧ୍ୟସ୍ଥଳରେ ହାତୀନଦୀ ପ୍ରଭାବିତ ହେଉଛି ସେଠାରୁ ରାଜସ୍ୱ ଉପାର୍ଜନ ନିମନ୍ତେ ତହସିଲ ପକ୍ଷରୁ ବାରମ୍ବାର ଉଦ୍ୟମ କରି ବିଫଳ ହେଲା ପରେ କାର୍ଯ୍ୟରତ ଅଧିକାରୀ ତହସିଲଦାର କରିସ୍ମା ବେଶ୍ରା ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ ହେଁ ତାହାକୁ ସଫଳ କରିବାକୁ ଶେଷ ପର୍ଯ୍ୟାୟରେ ରେ ପହଁଞ୍ଚିଛନ୍ତି। ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଯେ କୌଣସି ପରିସ୍ଥିତିରେ ମଧ୍ୟ ବାଲି ଉଠାଣ ନିମନ୍ତେ ସୁଯୋଗ ଦିଆଯିବ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଛନ୍ତି । ଜୟପାଟଣା ଥାନାରୁ ଫେରି ଗ୍ରାମବାସୀ ମାନେ ନିଜ ଗ୍ରାମରେ ସଭାକରି ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ଏହାକୁ ନେଇ ଲିଜଧାରୀ ନିଲାମ ରଦ୍ଧ କରିଦେଲେ ମଧ୍ୟ ମୁଁ ତାହାକୁ ମାନିନେବି ବୋଲି କହିଛନ୍ତି । ତେବେ ମାମଲାଟି କେଉଁ ପ୍ରକାରର ରୂପନେବ ତାହା ପ୍ରଶାସନିକ କାର୍ଯ୍ୟ ଉପରେ ନିର୍ଭର କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଜଣାପଡିଛି।

ବଲଭଦ୍ର ବାଗଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଇଣ୍ଟର ଡେନମିନେସନ ପାଷ୍ଟରସ ଆସୋସିଏସନ ( ନିପା )ର ୧୯ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ସବୁଠାରୁ ବଡ଼ ଅଣ୍ଡା.. ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ।

Sunil Chandra Nayak

ଗରିବ କଣ୍ଟା ପୁଟେଲକୁ ଭତ୍ତା ଓ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!