ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ଚିଠି ଲେଖି ତାଗିଦ୍ କଲା ୟୁଜିସି

 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ ଓପିଏସସିକୁ ଚିଠି ଲେଖିଛି । ଗତ ୨୦ ତାରିଖରେ ଏହା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ନେଇ ୟୁଜିସି ପକ୍ଷରୁ କୁହାଯାଇଛି ।

ଦୁଇଟି ଚିଠି ଲେଖି ୟୁଜିସି ପକ୍ଷରୁ କୁହାଯାଇଛି ଯେ ମେ ମାସ ୨୩ ତାରିଖରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିର ଫଳାଫଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହିପରି ୨୪ ତାରିଖରେ ବାଣିଜ୍ୟର ଆସିଷ୍ଟାଣ୍ଡ ପ୍ରଫେସର ଡକ୍ୟୁମେଣ୍ଟ ଭେରିଫିକେସ୍ ପାଇଁ ବିଜ୍ଞପ୍ତି ବାହାରିଥିଲା । ସୁପ୍ରିମକୋର୍ଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ନେଇ ଏସ୍ଏଲପି ବିଚାରଧୀନ ରହିଛି । ତେଣୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଛି ।

ଏପରି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ, ନଚେତ୍ ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ୍ କରିଛି ୟୁଜିସି ।ସୁପ୍ରିମକୋର୍ଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ନେଇ ଏସ୍ଏଲପି ବିଚାରଧୀନ ରହିଛି । ତେଣୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ 

Sunil Chandra Nayak

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ଶୀତୁଆ ପଖାଳ

Sunil Chandra Nayak

ଜଣା ଅଜଣା.. ନବରାତ୍ରୀ ଉପଲକ୍ଷେ ମନ୍ଦିରର ସଜା ସଜିରେ ଖର୍ଚ୍ଚ ହୁଏ ୬ କୋଟି ଟଙ୍କା

Sunil Chandra Nayak

Leave a Comment

error: Content is protected !!