ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟିକିରି ଉତ୍କଳ ଆଲୁମିନା ହସ୍ପିଟାଲରେ ମାଇକ୍ରୋ ବାୟୋଲୋଜି ୟୁନିଟ ଓ ସିଟି ସ୍କାନ ଉଦ୍ଘାଟିତ

ରାୟଗଡ଼ – ତା ୦୩/୦୫ ରିଖ ଉତ୍କଳ ଆଲୁମିନିୟମ ହେଡ ମଜହର ବେଗ , ଉଜ୍ଜଲା ଉତ୍କଳ ଲେଡିଜ୍ କ୍ଲବ ସଭାପତି ହିନା ବେଗ ଟିକିରୀ ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସିତିସ୍କାନ ଓ ମାଇକ୍ରୋ ବାୟୋଲଜୀ ୟୁନିଟର ଉଦ୍ଘାଟନ କରିଛନ୍ତି। ରାୟଗଡ଼ ଜିଲ୍ଲା ଆଦିବାସି ଅଧୁଷ୍ଟିତ ଓ ଖଣିପ୍ରଭାବିତ ଅଞ୍ଚଳ।ପଡୋଶୀ କଳାହାଣ୍ଡି ଏବଂ ଗଜପତି ଜିଲ୍ଲାର ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବକୁ ଉତ୍କଳ ଆଲୁମିନିୟମ ଏହି ପଦକ୍ଷେପ ନେଇଥିବା ଶ୍ରୀ ବେଗ ପ୍ରକାଶ କରି କହିଛନ୍ତି। ପୁବରୁ ଏହି ଅସୁବିଧା ପାଇଁ ଜନ ସାଧରଣଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର ଏବଂ ବିଶାଖାପାଟଣାକୁ ବେଶୀ ଖର୍ଚ୍ଚାନ୍ତ ହେଉଥିବାରୁ ପଡୁଥିଲା।ଏହି ସେବା ମଧ୍ୟ ସବର୍ଣିମ୍ନ ମୂଲ୍ୟରେ, ଵିପିଏଲ ଏବଂ ଏପିଏଲ ଜନସାଧାରଣକୁ ମାଗଣରେ ଯୋଗାଇ ଦିଆ ଯିବ। ଏଥି ପାଇଁ ଉତ୍କଳ ଆଲୁମିନାର ପକ୍ଷରୁ ଗୋଟେ ଅଭିଜ୍ଞ ପ୍ରମାଣିତ ସିଟି ସ୍କାନ୍ ଟେକନିସିଆନ ଏବଂ ମାଇକ୍ରୋ ବାୟୋଲଜି ବିଶେଷଜ୍ଞ ରହିବେ ବୋଲି ସୂଚନା ଦେଇଛନ୍ତି। ଏହି ସିଟି ସ୍କାନ ମେସିନ ସ୍ଥାପିତ ହେବା ଦ୍ଵାରା ବଡ ରୋଗ ଉତ୍କଳ ଆଲୁମିନା ହସ୍ପିଟାଲରେ ଚିହ୍ନିଟ ହେଇପାରିବ। ସଂଗୃହୀତ ନମୁନା କଳଚର୍ କିଛି ସମୟ ମଧ୍ୟରେ ଅନଲାଇନରେ ରିପୋର୍ଟ ଜରିଆରେ ଜଣା ପଡ଼ିଯିବ। ଗୁରୁତର ତଥା ଜଟିଳ ରୋଗର ତୁରନ୍ତ ଚିକିତ୍ସା ପାଇଁ ସହାୟକ ହେବ।

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀ

Sunil Chandra Nayak

ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାର୍ଯ୍ୟ

Sunil Chandra Nayak

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

Sunil Chandra Nayak

Leave a Comment

error: Content is protected !!