ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକରେ ଜାମଦା ଅଞ୍ଚଳ ସ୍ତବ୍ଧ!

 ମୟୂରଭଞ୍ଜ (ମସିହା):ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ୍ କାଣ୍ଡସର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଂସ୍କୃତ ଶିକ୍ଷକ ତଥା ଜଣେ ମହାନ ସମାଜସେବୀ ଅଚିନ୍ତବଲ୍ଲଭ ଗୋସ୍ବାମୀଙ୍କର ଚିକିତ୍ସାଧୀନବସ୍ଥାରେ ଭୂବନେଶ୍ବରର ବ୍ଲୁ ହୁଇଲ୍ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ପରଲୋକ ଘଟିଛି |ସ୍ବର୍ଗତ ଗୋସ୍ବାମୀଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲାର ଭୋଗରାଇ ଅଞ୍ଚଳରେ |୧୯୭୮ ମସିହା ଅକ୍ଟୋବର ୧୧ ତାରିଖରେ ଜାମଦା ବ୍ଲକ କାଣ୍ଡସର ଗ୍ରାମରେ ଏକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରି ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟକରି ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ |ଏହା ପରେ ସେ ତାଳଗାଁ,ଜାମଦା,ହେଁସଡ଼ା ଗ୍ରାମପଞ୍ଚାୟତର କିଛି ଗାଁ ବୁଲି ବୁଲି ରୋଗୀମାନଙ୍କର ସେବା କରିବାର ସୌଭାଗ୍ୟ ଅର୍ଜନ କରିଥିଲେ |କୋରୋନା ମହାମାରୀ ସମୟରେ ଅତି ସାହସ ସହକାରେ କୋରୋନା ରୋଗୀଙ୍କର ଉପଯୁକ୍ତ ସେବା ପ୍ରଦାନ କରିଥିଲେ |କିଛି ଦିନ ପୂର୍ବରୁ ଅସୁସ୍ଥ ହେବାରୁ ତାଙ୍କର ଦୁଇ ପୁତ୍ର ବ୍ଲୁ ହୁଇଲ୍ ଡାକ୍ତରଖାନାରେ ଆଡମିଟ୍ କରିଥିଲେ |୨୭/୧୧/୨୦୨୨ ତାରିଖ ରାତିରେ ପ୍ରାଣବାୟୁ ଛାଡ଼ିଯାଇଥିଲା |୨୮/୧୧/୨୦୨୨ ତାରିଖ ଦିନ ପୁରୀର ସ୍ବର୍ଗଦ୍ବାରରେ ମର ଶରୀରକୁ ଦୁଇପୁତ୍ର ଓ ବୋଧୂ,ଝିଅଜ୍ବାଇଁ ଏବଂ ନାତିନାତୁଣୀଙ୍କ ଉପସ୍ଥିତିରେ ଦାହ କରାଯାଇଛି |ଏ ଖବର ଜାମଦା ବ୍ଲକ ଅଞ୍ଚଳରେ ଜାଣିଲା ପରେ ସମସ୍ତଙ୍କଠାରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ସ୍ତବ୍ଧ ହୋଇପଡ଼ିଛି |ସେ ମିଷ୍ଟଭାଷୀ,ପରୋପକାରୀ,ଦୟାଳୁ, ମେଳାପୀ ଏବଂ ଛାତ୍ରବତ୍ସଳ ଥିଲେ |କାଣ୍ଡସର ନୂତନ ସରକାରୀ ବିଦ୍ୟାଳୟରେ ଶିକ୍ଷକ,ବିଦ୍ୟାର୍ଥୀଗଣ ତତ୍ ସହ ଆଞ୍ଚଳିକ କଲେଜ୍ ତାଳଗାଁ ଠାରେ ଅଧ୍ୟାପକ,ଅଧ୍ୟାପିକା,ବିଦ୍ୟାର୍ଥୀଗଣ,ସ୍ଥାନୀୟ ସରପଞ୍ଚ,ଏବଂ ଅଞ୍ଚଳର ଅଧିବାସୀ ଶୋକସଭା ପାଳନ କରି ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କଠାରେ ପ୍ରାର୍ଥନା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ବିଦ୍ୟୁତ୍ ତାର ରେ ଲାଗି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଆସରେ ପିଲାଏ

Leave a Comment

error: Content is protected !!