ତେନ୍ତୁଳିଖୁଣ୍ଟି – ୧୨/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ପ୍ରକଳ୍ପ ଡାକ୍ତରଖାନା ର ବହୁବିଧ ସମସ୍ୟା ମଧ୍ୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ କାଳୀ ପ୍ରସାଦ ବେହେରା ଡାକ୍ତରଖାନା ରେ ଯେପରି 24 x7 ରୋଗୀସେବା ମିଳି ପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ସେହିକ୍ରମରେ ଡାକ୍ତର ଫାର୍ମାସିଷ୍ଟ, ଏ ଏନ ଏମ ଓ ଲାବୋରାଟୋରି ଟେକ୍ନିସିଆନ ଯୋଗାଇ ଦେଇଛନ୍ତି। ଏ ଡି ଏମ ଓ ଡାକ୍ତର ନୀଳମଣି ଦିଲୀପ ଚାନ୍ଦ ଓ ଡି ପି ଏମ ସୁଶାନ୍ତ ପ୍ରହରାଜ ଡାକ୍ତରଖାନା ଆସି ଡେପୁଟେସନ କରା ଯାଇଥିବା କେଉଁ କେଉଁ ଷ୍ଟାଫ ଯୋଗ ଦେଇଛନ୍ତି ଓ ଆଉ କେଉଁ କେଉଁ ଷ୍ଟାଫ ଆବଶ୍ୟକ ତଦାରଖ କରିବାକୁ 8 ସେପ୍ଟେମ୍ବର ରେ ଆସି ଥିଲେ। ଆଜି ଏ ଡ଼ି ଏମ ଓ ଡାକ୍ତର ସୁକାନ୍ତ ଶତପଥି ପ୍ରକଳ୍ପ ମେଡିକାଲ ଆସି ଡାକ୍ତର ଖାନା ର ଡାକ୍ତର ଶାନ୍ତି ସ୍ୱରୂପ ପଟନାୟକ ଙ୍କୁ 24X7 ମେଡିକାଲ କୁ ରୋଗୀ ସେବାପାଇଁ କେଉଁ କେଉଁ ଷ୍ଟାଫ ଓ କେଉଁ କେଉଁ ସାମଗ୍ରୀ ଆବଶ୍ୟକ ପଚାରି ନୋଟ କରିଥିଲେ। ଫାର୍ମାସିଷ୍ଟ ଙ୍କ ଠାରୁ ମେଡିକାଲ ପାଇଁ କଣ ଅଵଶ୍ୟକତା ଅଛି ପଚାରିଥିଲେ। ମେଡିକାଲ ରେ ବର୍ତ୍ତମାନ 154 ପ୍ରକାର ମେଡ଼ିସିନ ମହଜୁଦ ରହିଛି। ମେଡିକାଲ କୁ 24×7 କାର୍ଯ୍ୟକ୍ଷମ ପାଇଁ ଜଣେ ଆୟୁଷ ଡାକ୍ତର ,ଜଣେ ଷ୍ଟାଫନର୍ସ , ଏ ଏନ ଏମ ସୁଇପର ତିନି ଅଟେଣ୍ଡାଣ୍ଟ ଯୋଗାଇ ଦେବାକୁ କହିଥିଲେ। ମେଡିକାଲ ପାଇଁ ଅଭାବ ରହିବ ନାହିଁ, କିନ୍ତୁ ଯେତେ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ କୁ ଆସିବ ସମସ୍ୟା ସମ୍ପୂର୍ଣ୍ଣ ସମାଧନ ହେବ ବୋଲି ଡାକ୍ତର ସତପଥି କହିଥିଲେ। ଜନ ପ୍ରତିନିଧି ମାନେ ଏ ଦିଗରେ ପ୍ରୟାସ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଆଲୋଚନା ବେଳେ ଇନ୍ଦ୍ରାବତୀ ନାଗରିକ ମଞ୍ଚ ,ବୋଲବମ ମହାସଂଘ ସିକ୍ୟୁରିଟି ୟୁନିଅନ , ଇନ୍ଦ୍ରାବତୀ ବଣିକ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦାଶିବ ଜାନୀ,ଚନ୍ଦ୍ର ଶେଖର ଦଳେଇ,ଚିନୁ ସାମନ୍ତ,ବାବୁନ ନାୟକ,ଗୋବର୍ଦ୍ଧନ ସାହୁ ,ପୃଥ୍ୱୀରାଜ ପାଇକରା ୟ ,ମହେଶ୍ୱର ମହାନ୍ତି ବାପି ରାଉତ ଉମା ବେହେରା ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଦିଲିପ କୁମାର ସାହୁ ସିନିୟର ଆସିଷ୍ଟାଣ୍ଟ ଓ ଖାତିଗୁଡା ମେଡିକାଲ ର ସିନିୟର କ୍ଳର୍କ ସୁଶାନ୍ତ ମହାପାତ୍ର ଭାଗ ନେଇ ତଥ୍ୟ ପ୍ରଦାନ କରିଥିଲେ।
ଗୋବର୍ଦ୍ଧନ ସାହୁ ,,ତେନ୍ତୁଳିଖୁଣ୍ଟି