ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଭିତ୍ତିଭୁମି ଓ ଅବଶ୍ୟକତା ପରଖିଲେ ଏ ଡି ଏମ ଓ

ତେନ୍ତୁଳିଖୁଣ୍ଟି – ୧୨/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ପ୍ରକଳ୍ପ ଡାକ୍ତରଖାନା ର ବହୁବିଧ ସମସ୍ୟା ମଧ୍ୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ କାଳୀ ପ୍ରସାଦ ବେହେରା ଡାକ୍ତରଖାନା ରେ ଯେପରି 24 x7 ରୋଗୀସେବା ମିଳି ପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ସେହିକ୍ରମରେ ଡାକ୍ତର ଫାର୍ମାସିଷ୍ଟ, ଏ ଏନ ଏମ ଓ ଲାବୋରାଟୋରି ଟେକ୍ନିସିଆନ ଯୋଗାଇ ଦେଇଛନ୍ତି। ଏ ଡି ଏମ ଓ ଡାକ୍ତର ନୀଳମଣି ଦିଲୀପ ଚାନ୍ଦ ଓ ଡି ପି ଏମ ସୁଶାନ୍ତ ପ୍ରହରାଜ ଡାକ୍ତରଖାନା ଆସି ଡେପୁଟେସନ କରା ଯାଇଥିବା କେଉଁ କେଉଁ ଷ୍ଟାଫ ଯୋଗ ଦେଇଛନ୍ତି ଓ ଆଉ କେଉଁ କେଉଁ ଷ୍ଟାଫ ଆବଶ୍ୟକ ତଦାରଖ କରିବାକୁ 8 ସେପ୍ଟେମ୍ବର ରେ ଆସି ଥିଲେ। ଆଜି ଏ ଡ଼ି ଏମ ଓ ଡାକ୍ତର ସୁକାନ୍ତ ଶତପଥି ପ୍ରକଳ୍ପ ମେଡିକାଲ ଆସି ଡାକ୍ତର ଖାନା ର ଡାକ୍ତର ଶାନ୍ତି ସ୍ୱରୂପ ପଟନାୟକ ଙ୍କୁ 24X7 ମେଡିକାଲ କୁ ରୋଗୀ ସେବାପାଇଁ କେଉଁ କେଉଁ ଷ୍ଟାଫ ଓ କେଉଁ କେଉଁ ସାମଗ୍ରୀ ଆବଶ୍ୟକ ପଚାରି ନୋଟ କରିଥିଲେ। ଫାର୍ମାସିଷ୍ଟ ଙ୍କ ଠାରୁ ମେଡିକାଲ ପାଇଁ କଣ ଅଵଶ୍ୟକତା ଅଛି ପଚାରିଥିଲେ। ମେଡିକାଲ ରେ ବର୍ତ୍ତମାନ 154 ପ୍ରକାର ମେଡ଼ିସିନ ମହଜୁଦ ରହିଛି। ମେଡିକାଲ କୁ 24×7 କାର୍ଯ୍ୟକ୍ଷମ ପାଇଁ ଜଣେ ଆୟୁଷ ଡାକ୍ତର ,ଜଣେ ଷ୍ଟାଫନର୍ସ , ଏ ଏନ ଏମ ସୁଇପର ତିନି ଅଟେଣ୍ଡାଣ୍ଟ ଯୋଗାଇ ଦେବାକୁ କହିଥିଲେ। ମେଡିକାଲ ପାଇଁ ଅଭାବ ରହିବ ନାହିଁ, କିନ୍ତୁ ଯେତେ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ କୁ ଆସିବ ସମସ୍ୟା ସମ୍ପୂର୍ଣ୍ଣ ସମାଧନ ହେବ ବୋଲି ଡାକ୍ତର ସତପଥି କହିଥିଲେ। ଜନ ପ୍ରତିନିଧି ମାନେ ଏ ଦିଗରେ ପ୍ରୟାସ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଆଲୋଚନା ବେଳେ ଇନ୍ଦ୍ରାବତୀ ନାଗରିକ ମଞ୍ଚ ,ବୋଲବମ ମହାସଂଘ ସିକ୍ୟୁରିଟି ୟୁନିଅନ , ଇନ୍ଦ୍ରାବତୀ ବଣିକ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦାଶିବ ଜାନୀ,ଚନ୍ଦ୍ର ଶେଖର ଦଳେଇ,ଚିନୁ ସାମନ୍ତ,ବାବୁନ ନାୟକ,ଗୋବର୍ଦ୍ଧନ ସାହୁ ,ପୃଥ୍ୱୀରାଜ ପାଇକରା ୟ ,ମହେଶ୍ୱର ମହାନ୍ତି ବାପି ରାଉତ ଉମା ବେହେରା ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଦିଲିପ କୁମାର ସାହୁ ସିନିୟର ଆସିଷ୍ଟାଣ୍ଟ ଓ ଖାତିଗୁଡା ମେଡିକାଲ ର ସିନିୟର କ୍ଳର୍କ ସୁଶାନ୍ତ ମହାପାତ୍ର ଭାଗ ନେଇ ତଥ୍ୟ ପ୍ରଦାନ କରିଥିଲେ।

ଗୋବର୍ଦ୍ଧନ ସାହୁ ,,ତେନ୍ତୁଳିଖୁଣ୍ଟି

 

Related posts

ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ପ୍ରେମଲତା ଙ୍କ କବିତା ଶୀତ

Sunil Chandra Nayak

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!