ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

ନବରଙ୍ଗପୁର— ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସଦର ମହକୁମା ଠାରୁ ମାତ୍ର ଅଳ୍ପ ଦୂର ବାଟ ପ୍ରାୟ ୪/୫ କି.ମି. ଦୂର ଗାଁର ଦୃଶ୍ୟ, ବାଙ୍କସରଗି ଠାରୁ ପଣ୍ଡିକୋଟ ଯିବାକୁ ଥିବା ମୁଖ୍ୟ ରାସ୍ତାରେ ଆଣ୍ଠୁଏ କାଦୁଅ ସହ ପାଣି ପଚପଚ ବର୍ଷା ଦିନରେ ଆଉ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ବାଟ ନାହିଁ, ଯଦି ବାଟ ଅଛି ତ ଅନ୍ୟ ରାସ୍ତା ଓ ଅନ୍ୟ ଗାଁକୁ ଦେଇ ବୁଲି କି ଯିବାକୁ ପଡେ ପ୍ରାୟ ୮ କି.ମି. ଠାରୁ ଅଧିକା ବାଟ ହେବ। ଖରା ଦିନରେ କିମ୍ବା ବର୍ଷା ଋତୁ ସରିଲା ପରେ ଏହି ରାସ୍ତା ଦେଇ ଅନେକ ଯାତ୍ରୀ ବା ବାଟୋଇ ଦିନରାତି ଯିବାଆସିବା କରିଥାନ୍ତି ଏବଂ ଏହି ରାସ୍ତା ଦେଇକି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ଏ ପଞ୍ଚାୟତର ଅନେକ ଗାଁ ଯଥା ଦୁଲପୁର, ଧାମନାପଦର, ପ୍ରଧାନୀଗୁଡ଼ା, ବାଲିଗୁଡା ଏବଂ ବାଙ୍କସରଗିର ଲୋକ ଦୈନନ୍ଦିନ ଯିବାଆସିବା ପାଇଁ ନିର୍ଭର କରିଥାନ୍ତି ଏବଂ ଏହି ରାସ୍ତା ଦେଇ ଅନେକ ସମୟରେ ଜନପ୍ରତିନିଧି ଓ ଅଫିସର ବାବୁ ମାନେ ମଧ୍ୟ ଗମନାଗମନ କରିଥାନ୍ତି ! କିନ୍ତୁ ଏବେ ଆଉ ସେହି ବାବୁ ମାନଙ୍କର ଏହି ବାଟ ଦେଇ ଯିବାର ଦେଖା ନାହିଁ, କଣ ହେଇଛି ସେମାନଙ୍କର, କାହିଁକିନା ଏହି ରାସ୍ତା ଦେଇ କି ଆଉ ଯାଉ ନାହାଁନ୍ତି, ଆମେ ଜାଣିବାକୁ ଚାହୁଁଛୁ କିନ୍ତୁ ଆମକୁ ମଧ୍ୟ କିଛି ଜାଣିଲା ଭଳି ଲାଗୁଛି ଯେ, ଏ ରାସ୍ତା ବହୁତ ଖରାପ ଥିବାର ସେମାନେ ଜାଣିଛନ୍ତି ଅବହେଳିତ ଅଞ୍ଚଳ ବୋଲି ଉକ୍ତ ଗାଁକୁ ଅବହେଳା କରାଯାଉଛି ! ଦୀର୍ଘ କିଛି ବର୍ଷ ପୂର୍ବେ PMGSY ରେ ପ୍ରଧାନୀଗୁଡ଼ା NH ଜଙ୍କସନ ଠାରୁ ୨କି.ମି.ର ରାସ୍ତା ନିର୍ମାଣ କରାଯାଇଥିଲା ବେଳେ, ବଳକା ମାଟି ଓ କାଦୁଅରେ ରାସ୍ତା ସୀମିତ ରହିଯାଇଛି ,ଏଥିରେ ଧାନ କି ମାଣ୍ଡିଆ ଚାଷ କରାଗଲେ ଆଉ ହଳ କରିବାକୁ ପଡିବ ନାହିଁ, ତେଣୁ ପରବର୍ତ୍ତୀ ସମୟରେ ଚାଷ ମଧ୍ୟ କରାଯିବ। ଏହି ୨୦୨୧ମସିହାର କିଛି ମାସ ତଳେ ମଧ୍ୟ PMGSY ରାସ୍ତାର କାମ ଦଳେଇଗୁଡ଼ା NH ଜଙ୍କସନ ଠାରୁ ଜଙ୍ଗଲ ରାସ୍ତା ଭାୟା ପଣ୍ଡିକୋଟ ଦେଇ ଏହି ଅଧୁରା ରହିଥିବା ରାସ୍ତା ପର୍ଯ୍ୟନ୍ତ ୭ କି. ମି.ର କାମ Approval ହେଇଥିବା ଯୋଗୁଁ ଅନେକ ଥର ବାବୁମାନେ ସବୁ ଆସି ସେହି ବଳକା ରହିଥିବା ରାସ୍ତାକୁ ମପା ମପି କରି କାମ ମଧ୍ୟ ସରିଥିଲା ।କିନ୍ତୁ ବହୁତ ବିଡମ୍ବନାର ବିଷୟ ଯେ, କିଛି ବଡବଡ଼ିଆ ଲୋକଙ୍କ ଇସାରାରେ ସେହି ରାସ୍ତାକୁ ପଣ୍ଡିକୋଟ ଠାରୁ ତେନ୍ତୁଳିଖୁଣ୍ଟି ବ୍ଲକର କିଛି ଗାଁକୁ ତଥା ଡ଼େଙ୍ଗାଗୁଡ଼ା ସଂଯୋଗ ହୋଇଥିବା ରାସ୍ତାକୁ କାମ କରାଗଲା ଏବଂ ସେପଟେ ପଠେଇ ଦିଆଗଲା କାହିଁକି? ସେ ପଟେ ସରକାର କହୁଛନ୍ତି ଗାଁ ଗାଁର ବିକାଶ ପାଇଁ ଅନେକ ପ୍ରକଳ୍ପ ରଖାଯାଇଛି, ଅନେକ ବଜେଟ ଖର୍ଚ୍ଚ କରାଯାଇଛି ପ୍ରତ୍ୟେକ ଗାଁର ବିକାଶ ଓ ଉନ୍ନତି ହେଇଛି ।ତେଣୁ ଓଡ଼ିଶା ଏକ ନମ୍ବର ସ୍ଥାନ ଲିଷ୍ଟରେ ରହିଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ, କିନ୍ତୁ ବ୍ଲକ ସଦରମାହକୁମା ଠାରୁ ଅଳ୍ପ ଦୂରର ରାସ୍ତା ସବୁ ଏଭଳିଆ ହୋଇଥିବା ବେଳେ, ଯଦି ବ୍ଲକ ସଦର ମହକୁମା ଠାରୁ ଅନେକ ଦୁର୍ଗମ ଇଲାକାର ଗାଁ ସବୁ କେମିତି ହୋଇନଥିବ…..! କିନ୍ତୁ ଏବେ ଆଉ ଯିବା ଆସିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ତେଣୁ ପ୍ରଶାସନକୁ ଏ ଅଞ୍ଚଳବାସୀ ଙ୍କ ଅନୁରୋଧ ଯେ ଯଥାଶୀଘ୍ର ଏହି ମାଟି କାଦୁଅ କଚ୍ଚା ରାସ୍ତାକୁ ପକାରାସ୍ତା କାର୍ଯ୍ୟ ଆରମ୍ଭ କରାଯାଉ ନ ହେଲେ ଆଗାମୀ ଦିନରେ ପଣ୍ଡିକୋଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପାପଡାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରାଯିବ.ବୋଲି ସ୍ଥାନୀୟ ସଚେତନ ଜନ ସାଧାରଣ ଚେତାବନୀ ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ମୟୂରଭଞ୍ଜ – ରାଇରଙ୍ଗପୁରରେ ବିଶ୍ବ ପର୍ଯ୍ଯାବରଣ ଦିବସ ପାଳିତ

Leave a Comment

error: Content is protected !!