ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ନିର୍ବାହୀ ଅଧିକାରୀଙ୍କୁ ମିଳିଲା ପଞ୍ଚାୟତ ଦାୟିତ୍ୱ, ନିର୍ଦ୍ଦେଶ ଜାରି କଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ,୨୩/୦୭(ମନିସ)-କଳାହାଣ୍ଡି ଜିଲ୍ଲାରେ ଏକାଦିକ୍ରମେ ୧୪୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସାମୁହିକ ବଦଳି ହୋଇଥିବାବେଳେ ବିଭିନ୍ନ ବ୍ଲକରୁ ଲାଞ୍ଜିଗଡ ବ୍ଲକକୁ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି ୧୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ । ବ୍ଲକରୁ ପନ୍ଦର ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଥିବାବେଳେ ତାହା ତୁଳନାରେ ୧୨ଜଣ ଅଧିକାରୀ ଲାଞ୍ଜିଗଡ ବ୍ଲକକୁ ବଦଳି ହୋଇ ଆସିଛନ୍ତି । ତେବେ ଜଣକୁ ଛାଡି ଅନ୍ୟ ୧୧ଜଣ କାର୍ଯ୍ୟରେ ଯୋଗ ଦେଇସାରିଛନ୍ତି । ଆଜି ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକରେ ଯୋଗ ଦେଇଥିବା ୧୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ପଂଚାୟତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଅଲେଖ ଚନ୍ଦ୍ର ବିଶିଙ୍କୁ ଭଟାଙ୍ଗପଦର ଓ କାନକୁଟ୍ରୁ ପଞ୍ଚାୟତ, ମାଧବାନନ୍ଦ କରୁଆଁଙ୍କୁ ବାତେଲିମା, ମୋହନ ଚରଣ ହରିଜନଙ୍କୁ ବିଶ୍ୱନାଥପୁର ଓ ପୋଖରୀବନ୍ଧ, ଅମରସିଂ ପୁଝାରିଙ୍କୁ କମର୍ଦ୍ଧା ଓ ଗୋବର୍ଦ୍ଧନପୁର, ଯଦୁମଣି ନାଏକଙ୍କୁ ବେନଗାଁ ଓ ଲାଖବାହାଲି, ଡମ୍ବରୁଧର ସେନାପତିଙ୍କୁ ଲାଞ୍ଜିଗଡରୋଡ ପଞ୍ଚାୟତ, ମହାଦେବ ସୁନାନୀଙ୍କୁ ଲାଞ୍ଜିଗଡ ଓ ବସନ୍ତପଡା ପଞ୍ଚାୟତ, ଭୁବନେଶ୍ୱର ସିଂହଙ୍କୁ ଲାଞ୍ଜି ପଞ୍ଚାୟତ, ଭୀଷ୍ମ ମେହେରଙ୍କୁ ପାହାଡପଦର ଓ ମାଳିଯୁବାଙ୍ଗ ପଞ୍ଚାୟତ, ସାଧୁରାମ ସାହୁଙ୍କୁ କୁମଖାଲ, ଅରବିନ୍ଦ ବିଶ୍ୱାଳଙ୍କୁ ଗୁଣ୍ଡରୀ ଗ୍ରାମପଞ୍ଚାୟତର ଦାୟିତ୍ୱ ଦିଆଯାଇଛି । ସେହିପରି ପୂର୍ବରୁ ନିଯୁକ୍ତ ଅନାଦି ଜାନୀଙ୍କୁ ବନ୍ଧପାରି ଓ ବେଡାଗାଁ, ପ୍ରମୋଦ କୁମାର ସାହୁଙ୍କୁ ଚମ୍ପାଦେଇପୁର ଓ ଛତ୍ରପୁର, ରୂପାଧର ଧରୁଆଙ୍କୁ ଭୁର୍ଟିଗଡ ଓ କଦମ୍ବଗୁଡା ଗ୍ରାମପଞ୍ଚାୟତ ତଥା ତାପସ କୁମାର ସାହୁଙ୍କୁ ଜଗନ୍ନାଥପୁର, ବିଜେପୁର ଓ ତ୍ରିଲୋଚନପୁର ପଞ୍ଚାୟତରେ ଅବସ୍ଥାପିତ କରାଯାଇଛି । ଏନେଇ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଗତ କିଛି ବର୍ଷ ହେଲା ବ୍ଲକ ପ୍ରଶାସନର ତତ୍ପରତା ଯୋଗୁଁ ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିରାଟ ପରିବର୍ତ୍ତନର ଆଭାସ ମିଳିସାରିଛି । ବ୍ଲକ ପ୍ରଶାସନର ଉଦ୍ୟମରେ ପଞ୍ଚାୟତଗୁଡିକରେ ଅନେକ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଥିବାବେଳେ ନବନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଏହି ଧାରାକୁ ଆଗକୁ ବଢାଇବା ସହିତ ଜନସାଧାରଣଙ୍କ ଆସ୍ଥାଭାଜନ ହେବେ ବୋଲି ବ୍ଲକ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର୍ ନାଏକ,ବିଜେଡି ଛାଡ଼ିଲେ

Sunil Chandra Nayak

ଡ. ପ୍ରଶାନ୍ତ କୁମାର ଶତପଥୀ  ଙ୍କ କବିତା ରଜ ପରବ

Sunil Chandra Nayak

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

Sunil Chandra Nayak

Leave a Comment

error: Content is protected !!