ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲ୍ଲୀ ବିକାଶ ପକ୍ଷରୁ ମିଲେଟ ଖାଦ୍ୟ ପର୍ବ ପାଳିତ

ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ କ୍ଷୁଦ୍ର ଶସ୍ୟ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ବୃଦ୍ଧି ନେଇ କ୍ଷୁଦ୍ର ଶସ୍ୟ ଖାଦ୍ୟ ଉତ୍ସଵ ପାଳିତ ହୋଇଯାଇଅଛି। ଏହି ଖାଦ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ନୂଆପଡା  ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦାନ କରି ମିଲେଟ ମିଶନ ଦ୍ଵାରା ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ହେଉ ଥିବା ବେଳେ ପ୍ରତ୍ୟେକ ସ୍ତର ବ୍ୟକ୍ତିଙ୍କ ପାଇଁ ଫଲ ପ୍ରଦ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଖଡ଼ିଆଳ ଠାରେ ପଲ୍ଲୀବିକାଶ ଦ୍ଵାରା କ୍ଷୁଦ୍ର ଶସ୍ୟ ଚାହିଦା ବୃଦ୍ଧି ସାଙ୍ଗକୁ ଏହି ଶସ୍ୟରେ ବିଭିନ୍ନ ରକମ ଖାଦ୍ୟ ପ୍ରସ୍ତୁତି କରି ଖାଦ୍ୟ ପର୍ବ ପାଳନ କରିଛନ୍ତି । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ର ସ୍ବତନ୍ତ୍ର ଅଧିକାରୀ ହିମାଂଶୁ ଶେଖର ମହାପାତ୍ର , ପଲ୍ଲୀ ବିକାଶର ସୁରେଶ ରାଉତ ଯୋଗ ଦେଇଥିଲେ। ମିଲେଟ ମିଶନ ରେ ପ୍ରସ୍ତୁତ ବିଭିନ୍ନ ରକମର ଖାଦ୍ୟ ବିକ୍ରି ହେଉଥିଲା। ଏହି ଖାଦ୍ୟ ଶିଶୁ , କିଶୋର କିଶୋରୀ , ଯୁବକ ଯୁବତୀ , ବୟସ୍କ  ବ୍ୟକ୍ତିଙ୍କ ପାଇଁ ଉପକାରିତା ଉପରେ ଗୁରୁତ୍ବ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ , ପୋଲିସ ହାତରେ ଧରାପଡିଲେ 4 ଦୁବୃତ୍ତ

Sunil Chandra Nayak

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!