ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା କୁରାଳ ପଞ୍ଚମୀ ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମରେ ପାଳିତ ହେଉଥିବା କୁରାଳ ପଞ୍ଚମୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇ ଯାଇଛି l କୁମ୍ଭକାର ସମ୍ପ୍ରଦାୟର ଏହା ମୂଖ୍ୟ ପର୍ବ ହେଉ ଥିବାରୁ କୁମ୍ଭାକାର ଜାତି ଭାଇଭଉଣୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା l ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀରେ ତିଥିରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ l ପୂଜା ପୂର୍ବ ଦିନ କଳସ ଯାତ୍ରାରେ ଯାଇ ନିକଟସ୍ଥ ପୋଖରୀ ରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ସୋମବାର ଦିନ ପ୍ରଥମେ କୁମ୍ଭକାର ଜାତିର ପତାକା ଉତ୍ତୋଳନ କରା ଯାଇଥିଲା l ପରେ କୁମ୍ଭକାର ସମାଜର ଇଷ୍ଟ ଦେବାଦେବୀ ପିତା ରୁଦ୍ରପାଳ, ମାତା ରତ୍ନେଶ୍ୱରୀ, ସୁରେଶନ ଚକ୍ର ପୂଜାର୍ଚ୍ଚନା ସହ କୁରାଳ ପୁରାଣ ପଠନ ହୋଇଥିଲା l ଏଥିରେ ସମ୍ବାରୁ ରଣା ଓ ତାଙ୍କ ଧର୍ମପତ୍ନୀ ରଞ୍ଜିତା ରଣା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ l ଗ୍ରାମ୍ୟ କୁରାଳ ସମାଜର ସମ୍ପାଦକ ମୁରଲୀଧର ରଣା ଓ ଉପ ସଭାପତି ଭୁବନେ ରଣାଙ୍କ ନେତୃତ୍ବରେ ତ୍ରିନାଥ ରଣା, ମକରନ୍ଦ ରଣା, ଗୌରାଙ୍ଗ ରଣା, ଖେଡୁ ରଣା, ପର୍ଶୁରାମ ରଣା, ଟିକେରାମ ରଣା, ଧ୍ଵଜ ରଣା, ରାମଚନ୍ଦ୍ର ରଣା, ବୈଲୁଚନ ରଣା, ବିଶ୍ଵାମିତ୍ର ରଣା, ଟଙ୍କଧର ରଣା, ଚତୃଭୂଜ ରଣା, ଡମ୍ବରୁଧର ରଣା, କୃଷ୍ଣ ଚନ୍ଦ୍ର ରଣା, ନିର୍ମଳ ରଣା, ତପନ ରଣା, ହେମନ୍ତ ରଣା, ଅରୁଣ ରଣା, ସୁଶାନ୍ତ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଭାରସାମ୍ୟ ଓଲଟିଲା ଆଲୁମିନିୟମ ବୋଝେଇ କଣ୍ଟେନର, ୧୨ ଘଣ୍ଟା ହେଲା ରାସ୍ତା ଅବରୋଧ

Sunil Chandra Nayak

ଇଭେଣ୍ଟ ଅର୍ଗନାଇଜର କାର୍ଯ୍ୟଳୟର ଶୁଭାରମ୍ଭ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ପ୍ରଭୁ, କ’ଣ ସବୁ ଭଲ?

Sunil Chandra Nayak

Leave a Comment

error: Content is protected !!