ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୋଶଳ ପ୍ରଦେଶ ଦାବିରେ ବନ୍ଦ୍ ପାଳନ

ଭବାନୀପାଟଣା:୭/୯- :- ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ।ଏହାର ନେତୃତ୍ୱ ନେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ୱର୍କିଂ କମିଟିର ସଦସ୍ୟ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ସୁପୁତ୍ର ସାଗର ଚରଣ ଦାସ । ସାଗର ଦାସ  କୋଶଳ ମୁକ୍ତି ମୋର୍ଚ୍ଚା ର ସଭାପତି ଥିବା ବେଳେ ସେ ଏହି ବନ୍ଦ୍ ର ନେତୃତ୍ୱ ନେଇଛନ୍ତି ଓ ବନ୍ଦ୍ କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।  ଭବାନୀ ପାଟଣା ରେ ବି ବନ୍ଦ ଡାକରାର ପ୍ରଭାବ ଦେଖାଦେଇଛି। ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।ଭବାନୀପାଟଣା ର ନକଟିଗୁଡା, ଘୋଡ଼ାଘାଟ ଛକ ଓ କଲେଜ ଛକ ରେ ଆନ୍ଦୋଳନ କାରୀ ରାସ୍ତା ଅବରୋଧ କରି ଗାଡି ମଟର ବନ୍ଦ କରିଛନ୍ତି। ବନ୍ଦ ପ୍ରଭାବ ଫଳରେ ସବୁ ଦୋକାନ ବଜାର ,ଗାଡି ମଟର ବନ୍ଦ ରହିଛି। ବନ୍ଦ ଯୋଗୁଁ ବିଶେଷ କରି ଯାତ୍ରୀ ମାନେ ହଇରାଣ ହରକତ ହେଉଥିବା   ଦେଖିବାକୁ ମିଳିଥିଲା।    ଭବାନୀପାଟଣା ଜିଲ୍ଲାର ମୁଖ୍ଯାଳୟ ହୋଇଥିବାରୁ ଲୋକେ ବିଭିନ୍ନ କାର୍ଯ୍ଯାଳୟ କୁ କିଛି କିଛି କାମ ସହିତ ଡାକ୍ତରଖାନାକୁ ରୋଗୀଙ୍କୁ ମଧ୍ୟ ଆଣିଛନ୍ତି। ଏହି ବନ୍ଦ ପ୍ରଭାବରୁ ଲୋକେ ନାହିଁନଥିବା ଅସୁବିଧାର ଭୋଗୁଛନ୍ତି। ସେମାନେ ଏହି ଠାରେ ବିଭିନ୍ନ ସ୍ଥାନକୁ ଯିବାପାଇଁ ବସ ବଦଳେଇବାକୁ ପଡିଥାଏ। ଏହାର ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହେଇ ଛନ୍ତି। ଅନ୍ଯପକ୍ଷରେ କହିବାକୁ ଗଲେ ସେମାନେ ଖାଇବା ପିଇବା ପାଇଁ ପ୍ରାୟତଃ ହଟେଲ ଓ ଜଳଖିଆ ଦୋକାନ    ଉପରେ ନିର୍ଭର କରିଥାନ୍ତି। ସେହିଭଳି ଭଡାଟିଆ ଲୋକେ ଯେଉଁମାନେ ହୋଟେଲ ଉପରେ ନିର୍ଭର କରିଥାନ୍ତି ସେମାନେ ମଧ୍ୟ ଏଥିରୁ ବାଦ ପଡିନଥିବା ଦେଖିବାକୁ ମିଳିଛି। ଏଠାରେ ସୁଚନା ଯୋଗ୍ୟ ଯେ  ଭବାନୀପାଟଣା ସହରେ ନୂଆଖାଇ ପର୍ବ , ନୂଆଖାଇ ବାସି ପର୍ବ ଯୋଗୁଁ  ଗତ ଦୁଇଦିନ ଦୋକାନ,ବଜାର, ଟିଫିନ ଦୋକାନ, ହଟେଲ ସବୁ ବନ୍ଦ ରହିଥିବାବେଳେ ପୁଣି ଆଜିର ବନ୍ଦ ଯୋଗୁଁ ଲୋକଙ୍କର ଦୁଃଖ ଆଉରି ଦ୍ବିଗୁଣ ହୋଇଯାଇଛି। ଭୋକ ଉପାସରେ ଲୋକେ ଆଉଟୁପାଉଟୁ ହେଉଥିବା  ଘଟଣା ସମ୍ମାକୁ ଆସିଛି। ବନ୍ଦର ପ୍ରଭାବ ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଜଣାପଡିଛି।

କିଶନ ଶର୍ମା, ଭବାନୀ ପାଟଣା 

Related posts

କନ୍ଧମାଳ ଓ କଳାହାଣ୍ଡି ସୀମା ମୁଣ୍ଡାମସ୍କା ଠାରେ ମାଓ କ୍ଯାମ୍ପ୍ ଠାବ

Sunil Chandra Nayak

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

Leave a Comment

error: Content is protected !!