ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ରେ କୋଶଳ ରାଇଜ ଦାବି ,ବନ୍ଦ ପାଳନ ଆଂଶିକ ସଫଳ

ଜୁନାଗଡ଼,୯/୯(ମ ନି ସ) କୋଶଳ ରାଇଜ ମୁକ୍ତିମୋର୍ଚା ତରଫରୁ ମହାବନ୍ଦ ଡାକରା ଜୁନାଗଡ଼ରେ ଆଂଶିକ ସଫଳ ଦେଖିବାକୁ ମିଳିଥିଲା।ଏହାକୁ ସମର୍ଥନ କରି ଜୁନାଗଡ଼ କଂଗ୍ରେସ ଦଳର ସଦସ୍ୟମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ ପାଇଁ ଅନୁରୋଧ କରିଥିଲେ।ସହରର ବିଭିନ୍ନ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ।ଫଳରେ ଏହିସବୁ ପ୍ରତିଷ୍ଠାନ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା।ଏହାପରେ ଦଳର ସଦସ୍ୟମାନେ ସ୍ଥାନୀୟ ହାତୀନଦୀ ପୋଲ ଜାତୀୟ ରାଜପଥକୁ ଅବରୋଧ କରି ଯାନବାହନ ଚଳାଚଳ ବନ୍ଦ କରିଥିଲେ।ଏଥିଯୋଗୁଁ ସାଧାରଣ ଚଳପ୍ରଚଳ ପ୍ରଭାବିତ ହୋଇଥିଲା।ହେଲେ ସହରର ଦୋକାନ ବଜାର ଅଧା ବନ୍ଦ ରହିଥିଲା ।ମୋଟାମୋଟି ଭାବେ ଏହି ବନ୍ଦ ପାଳନ ଏଠାରେ ଆଂଶିକ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଦଳର ପ୍ରଭାତ ଦାସ,ଅମିତ ଅଗ୍ରୱାଲ, ପରମେଶ୍ୱର ମୋଟେଲ, ସତ୍ୟ ସରାଫ,ନବୀନ କୁମାର, କୁମୁଦ ଗହୀର ଏବଂ ଅନେକ ସଦସ୍ୟ ସାମିଲ ଥିଲେ।

Related posts

ବିକାଶ ସାତ ସପନ ଯହିଁ _ସେ ନଗାରୀ ହରିଜନ ସାହି

Sunil Chandra Nayak

ଘର ଆଗରେ ଧାରଣାରେ ବସିଛନ୍ତି ମା ଓ ଝିଅ

Sunil Chandra Nayak

ସହିହେଉନି ଅସହ୍ୟ ତାତି, ପାରା ଡେଇଁଲା ୪୨ ଡିଗ୍ରୀ

Sunil Chandra Nayak

Leave a Comment

error: Content is protected !!