ଆମ ସଂସ୍କୃତିରେ ଦୋଳ ପୁର୍ଣିମା
ସୁରେଶ ଚନ୍ଦ୍ର ପାଢୀ
ଭାରତୀୟ ସଂସ୍କୃତିରେ ପାଳିତ ହେଉଥିବା ଅନେକ ପର୍ବ ମଧ୍ୟରୁ ଦୋଳ ଯାତ୍ରା ଅନ୍ୟତମ।
ଫଗୁଣ ଶୁକ୍ଳ ଦଶମୀ ଠାରୁ ମହାପ୍ରଭୁ ଙ୍କର ଦୋଳ ଉତ୍ସବ ବା ଦୋଳ ଯାତ୍ରା ଆରମ୍ଭ ହୋଇ ଥାଏ। ଆଜି ଫଗୁ ଦଶମୀ ଅବସରରେ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି କାନ୍ତି ଅନୁସ୍ଠିତ ହୋଇ ଥାଏ।ଏହି ସମୟ ରେ ଶ୍ରୀ ମନ୍ଦିର ରେ ଚାଚେରି ବେଶ ଅନୁଷ୍ଠିତ ହୋଇ ଥାଏ।ଏହି ବେଶ ଦ୍ଵିପହର ଧୂପ ପରେ ଆୟୋଜିତ ହୋଇ ସନ୍ଧ୍ୟା ଧୂପ ପୂର୍ବରୁ ଓହ୍ଲାଇ ଦିଆଯାଏ।ଠାକୁର ମାନଙ୍କ ମଧ୍ୟାହ୍ନଧୂପ ସରିବା ପରେ ମେକାପ ସେବକ ମାନେ ଠାକୁର ଙ୍କୁ ଚନ୍ଦନ ଲାଗି ,ବସ୍ତ୍ର ଲାଗି କରାଇ ଛ ମୂର୍ତ୍ତି ଅଳଙ୍କାର ଯଥା ଚାରି ସୁବର୍ଣ କୁଣ୍ଡଳ ଓ ଦୁଇ ତଡାଗି ଲାଗି କରି ଥାନ୍ତି।
ଶ୍ରୀ ଦେବି ଓ ଭୂ ଦେବୀ ଙ୍କୁ ଦକ୍ଷିଣା ଘରକୁ ବିଜେ କରା ଯିବା ପରେ ଠାକୁର ମାନଙ୍କ ଚାଚେରି ବେଶ ବଢିବା ପରେ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ ,ଭୂଦେବି ,ଶ୍ରୀ ଦେବି ଙ୍କ ଦେଉଳି ଭୋଗ ଅନୁଷ୍ଠିତ ହୋଇ ରତ୍ନ ସିଂହାସନକୁ ବିଜେ କରା ଯାଏ।
ପାଳିଆ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି।ପରେ ପାଣି ପଡି ଘଣ୍ଟା ଛତା ସହ ତିନି ବାଡ଼ ରେ ସର୍ବାଙ୍ଗ ନୀତି ବଢ଼ି ଥାଏ।ଶ୍ରୀ ଜଗନ୍ନାଥ ଙ୍କ ବାଡ଼ରେ ଚନ୍ଦନ,ଫଗୁ,ପ୍ରସାଦ ଲାଗି ଓ ବନ୍ଦାପନା ନୀତି କରାଯାଇ ପୁଣିକର୍ପୁର ଆଳତି କରା ଯାଏ।ଦୋଳ ଗୋବିନ୍ଦ ,ଭୂ ଦେବି ,ଶ୍ରୀ ଦେବି ଙ୍କୁ ଆଜ୍ଞାମାଳ ଦିଆ ଯିବା ପରେ ପୁଷ୍ପାଳକ ସେବକ ମାନେ ଠାକୁର ଙ୍କୁ ହାତରେ ନେଇ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରନ୍ତି।ସେଠାରେ ପ୍ରସାଦ ଲାଗି ,କର୍ପୁର ଆଳତି ,ଦୁବା କ୍ଷତ,ସାତ ବତୀ ,ସଞ୍ଜ କାହାଳି ଓ ବନ୍ଦାପନା ଆଦି ନୀତି ସମ୍ପନ୍ନ ହୋଇ ଥାଏ।ଚାଚେରି ବେଶ ରେ ନାଲି ରଙ୍ଗ ର ପ୍ରାଧନ୍ୟ ଦେଖିବାକୁ ମିଳି ଥାଏ।
ସାରା ଓଡିଶା ରେ ଫଗୁ ଦଶମୀ ଠାରୁ ଦୋଳ ବିମାନ ରେ ଦୋଳ ଗୋବିନ୍ଦ ଗ୍ରାମ ଗ୍ରାମ ପରିକ୍ରମା କରିଥାନ୍ତି।ଚାଚେରି ଶବ୍ଦ ଟି ର ଅର୍ଥ ସୋଭାଗ୍ୟ।ଦୋଳ ପୁର୍ଣିମା ର ପାଞ୍ଚ ଦିନ ପୂର୍ବରୁ ଜଗନ୍ନାଥ ମହାପ୍ରଭୁ ଙ୍କ ର ମଧ୍ୟାହ୍ନ ଭୋଗ. ପରେ ଚାଚେରି ବେଶ କରାଯାଇ ଚାଚେରି ଭୋଗ ନାମକ ଗୋଟିଏ ଅଧିକ ଭୋଗ ଲାଗି ଥାଏ।ଶ୍ରୀ ମନ୍ଦିର ବେଢା ପରିକ୍ରମା କରି ବାହାକ ମାନଙ୍କ କାନ୍ଧରେ ସିଂହ ଦ୍ୱାର ଗୁମୁଟ ଟପି ଅରୁଣ ସ୍ତମ୍ଭ ପାର ହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦିପନା ଏକ ଭାବ ଭକ୍ତି ପୁର୍ଣ ଦୃଶ୍ଯ ସୃଷ୍ଟି କରି ଥାଏ।
ପୂଜା ଅର୍ଚନା ଓ ଭୋଗ ରାଗ ପରେ ଠାକୁର ଶ୍ରୀ ମନ୍ଦିର କୁ ବାହୁଡ଼ି ଆସନ୍ତି।
ଶାସ୍ତ୍ର ରେ ଅଛି,
*”ଦୋଳେ ଚ ଦୋଳ ଗୋବନ୍ଦମ୍ ଚାପେ ଚ ମଧୁସୁଦନମ୍ ରଥେ ତୁ ବାମନମ୍ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ”*
ଦୋଳରେ ଦୋଳ ଗୋବନ୍ଦ ,ଚନ୍ଦନ ଯାତ୍ରା ରେ ମଧୁସୂଦନ ଓ ରଥ ଉପରେ ବାମନ ଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ।
ଦୋଳ ଯାତ୍ରା ପ୍ରତି ଗ୍ରାମ ରେ ଖୁସି ଓ ଆନନ୍ଦର ପର୍ବ ଅଟେ।
ଏହି ଦିନ ଶ୍ରୀ ଚୈତନ୍ୟ ଜନ୍ମ ନେଇ ଥିଲେ।ସେ ପଶ୍ଚିମ ବଙ୍ଗ ର ନଦୀଆ ନବ ଦୀପ ରେ ଜନ୍ମ ନେଇ ଥିଲେ।ସେ ସର୍ବତ୍ର୍ ହରି ନାମ ପ୍ରଚାର କରିଥିଲେ।
ଫାଲଗୁନ ଚତୁର୍ଦ୍ଦିଶୀ ରେ ଏକ ଅଗ୍ନି ଉତ୍ସବ ହୁଏ।ଯାହାକୁ ହୋଲିକା ଦହନ କୁହା ଯାଏ।ହୋଲିକା ନାମରୁ ହୋଲି ପର୍ବ ହୋଇଛି।ହୋଲି ଜାତି,ଧର୍ମ,ବର୍ଣ ନିର୍ବିଶେଷ ରେ ଏକ ଭାଇ ଚାରାର ପର୍ବ ।ଅତଏବ୍ ହୋଲି ଉତ୍ସବ ଓ ଦୋଳ ପୁର୍ଣିମା ର ଯଥେଷ୍ଟ
ମହତ୍ତ୍ଵ ଆମ ସଂସ୍କୃତିରେ ରହିଛି ।
ଜୟ ଶ୍ରୀ ରାଧେ କୃଷ୍ଣ
ବୁଗୁଡ଼ା,ଗଞ୍ଜାମ