ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦମାପଲା ଠାରେ ନିଆରା ହୋଲି ପର୍ବ ପାଳିତ

ଫଗୁଣ ର ରଙ୍ଗ ପେଡି ଖୋଲି ସାରା ଦେଶ କୁ ରଙ୍ଗ ରେ ଭିଜେଇ ଦେଇଛି ରଙ୍ଗ ର ପର୍ବ ହୋଲି । ଚାରି ଆଡ଼େ ଆଜି ଉତ୍ସବ ମୁଖର । ଇନ୍ଦ୍ରଧନୁର ସପ୍ତ ରଙ୍ଗ ପରି ରଙ୍ଗେଇ ହୋଇ ଯାଇଛି ନୂଆପଡା ର ପୁରପଲ୍ଲୀ । ମହାମାରୀ କରୋନା ଗତ ଦୁଇ ବର୍ଷ ଧରି ଏହି ଉତ୍ସବ କୁ ଫିକା କରି ଦେଇଥିବା ବେଳେ ଚଳିତ ବର୍ଷ କଟକଣା ଟିକେ କୋହଳ ହେବାରୁ ଜିଲ୍ଲା ପୁରପଲ୍ଲୀରେ ହୋଲି ପର୍ବକୁ ହର୍ଷ ଉଲ୍ଲାସର ସହ ପାଳନ କରାଯାଇଛି । ସ୍ନେହ ମମତା ଭାତୃଭାଵ ଭାଇଚାରା ର ଏହି ପର୍ବ ପାଳନ କରିଛନ୍ତି ନୂଆପଡା ବାସୀ । ଏହା ହିନ୍ଦୁ ଧର୍ମ ଏକ ବିଶେଷ ପର୍ବ ହୋଇଥିଲେ ହେଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବ କୁ ପାଳନ କରିବା କଥା ବୋଲି ବୁଦ୍ଧି ଯିବି ମାନେ ମତ ପୋଷଣ କରିଛନ୍ତି । ଏବଂ ଏହି ପର୍ବକୁ ବର୍ଷ ବର୍ଷ ଧରି ଲାଗି ରହିଥିବା ମନୋମାଳିନ୍ୟ କୁ ମଧ୍ୟ ଭୁଲି ସମସ୍ତେ ପରସ୍ପର ମଧ୍ୟରେ ଅବିର ଲଗାଇ ହୋଲି ପର୍ବକୁ ପାଳନ କରିଛନ୍ତି । ସାନ ମାନେ ଭକ୍ତିର ରଙ୍ଗ ରେ ରଙ୍ଗ ଲଗେଇ ବଡ଼ ଆଉ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିବା ବେଳେ ବଡ଼ ମାନେ ସ୍ନେହ ଓ ଶ୍ରଦ୍ଧା ର ସହ ଛୋଟ ମାନଙ୍କୁ ଆଦର କରିଥିଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ବଜାଗାଯା ସହ ରଙ୍ଗ ଖେଲି ଥିବା ବେଳେ ଖଡ଼ିଆଳ ବ୍ଲକ ଦମପାଲା ଠାରେ ଏକ ନିଆର ରଙ୍ଗ ଖେଳ ଦେଖିବା କୁ ମିଳିଥିଲା । ଏହି ଗାଁର ଯୁବକ ଯୁବତୀ ମାନେ ମାଟି ରେ କାଦୁଅ ପ୍ରସ୍ତୁତ କରି କାଦୁଅ ବୋଲାବୋଲି ହୋଇ ଏହି ଉତ୍ସବ କୁ ପାଳନ କରିଛନ୍ତି । ମାଟିର ମଣିଷ ମାଟି ସହିତ ଜଡିତ ଏବଂ ମାଟି କାଦୁଅ କୁ ଦେହ ରେ ବୋଲିବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ମଧ୍ୟ ଦୂର ହୁଏ ବୋଲି ସ୍ଥାନୀୟ ଯୁବକ ମାନେ ପ୍ରକାଶ କରିଛନ୍ତି । ହୋଲି ର ପୂର୍ବ ଦିନ ଅର୍ଥାତ ଦୋଳ ପୂର୍ଣ୍ଣିମା ଦିନ ଠାରୁ ମାଟି ଆଣି ପାଣି ଦେଇ କାଦୁଅ ପ୍ରସ୍ତୁତ କରି ଆଜି ସକାଳୁ ହୋଲି ପର୍ବକୁ ହର୍ଷ ଉଲ୍ଲାସ ସହ ପାଳନ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲ୍ଯବିବାହ ନିରୋଧ ଆଇନ ଓ ଶିଶୁ ସୁରକ୍ଷା ବ୍ଯବସ୍ଥା ବାବଦରେ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା କିଛି ରହିଗଲା ଵାକୀ 

Sunil Chandra Nayak

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!