ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଂସ ତରକାରୀ ନେଲା ଝିଅ ର ଜୀବନ

ରାଇଘର: ଘରେ ରୋଷେଇ ହୋଇଥିଲା ମାଂସ ତରକାରୀ। ମା’ଙ୍କୁ  ନଦେଇ ୩ ଭଉଣୀ ସବୁତକ ମାଂସ ତରକାରୀ ଖାଈଯିବା ଫଳରେ ତରକାରୀ ନ ପାଇ ମା’ ତାର ୩ଝିଅ ଉପରେ ବିଗିଡ଼ି ଯାଇଥିଲେ। ଫଳରେ ମା’ର କଥାକୁ ସହି ନପାରି ସାନ ଝିଅ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୁରୁସିଂଘା ଗ୍ରାମରେ। ମୃତ ଯୁବତୀଙ୍କ ନାଁ ଅରୁଣା ମାଝୀ (୨୫) ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ ଗତକାଲି ରାତିରେ ଅରୁଣା ସହ ତାଙ୍କର ୩ ଭଉଣୀ ଘରେ ମାଂସ ଆଣି ରୋଷେଇ କରିଥିଲେ । ତରକାରି ଚାଖିବା ଆଳରେ ସବୁତକ ତରକାରି ତିନି ଭଉଣୀ ଖାଈ ଦେଇଥିଲେ। ଅପରପକ୍ଷରେ ମାଁ ପାଇଁ ଟିକିଏ ବି ତରକାରି ନ ରଖିବାରୁ ଝିଅଙ୍କ ଉପରେ ବିଗିଡ଼ି ଥିଲେ।। ଏବେ ଠୁ ମା’କୁ ପଚାରୁନ, ବୁଢି ହେଲା ପରେ ତୁମେ ମୋତେ ଆଉ ପଚାରିବନି ବୋଲି ମା’ଙ୍କ ଏଭଳି କଥାଟିକୁ ସମ୍ଭାଳି ନ ଫେରି ଅରୁଣା ସମ୍ବେଦଶୀଳ ହୋଇ ସବୁ ଖାଇସାରିବା ପରେ ନିଜ ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା।ଅରୁଣା ଛଟପଟ ହେଉଥିବା ଦେଖି ଭଉଣୀମାନେ ତାକୁ ତୁରନ୍ତ ଓହ୍ଲାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ମେଡିକାଲକୁ ନେଇ ଯାଇଥିଲେ।ଆଜି ଅରୁଣାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରାଇଘର ଥାନାରେ ଏକଅପମୃତ୍ୟୁ ମାମଲା ରୁଜୁ କରି ଗତକାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଟଙ୍କଗିରୀ ଭୋଇ ପ୍ରକାଶ କରିଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ସ୍ମୃତି ତୁମେ

Sunil Chandra Nayak

ଧର୍ମଗଡ ନଗର ଯାଦବ ମହାସଭା ର କର୍ମ କର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!