ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ନଗର ଯାଦବ ମହାସଭା ର କର୍ମ କର୍ତ୍ତା ଚୟନ

ଧର୍ମଗଡ:୧୭/୧୦/୨୨: ଧର୍ମଗଡ ନଗର (ଏନଏସି) ଯାଦବ ମହାସଭା ର ଏକ ଜରୁରୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଡମ୍ବରୁ ଧର ଲହଜଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ପୂର୍ବତନ ସରପଞ୍ଚ ଧନୁ ଗୋପାଲ, ସୁରେଶ ଭଇସାଲ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ, ଜଳନ୍ଧର ଗୋପାଲ, ମାଧବ ଲହଜଲ, ଡାକେ ଲହଜଲ, ଅଭୟ ବାଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଏଠାରେ ବିଭିନ୍ନ ସାମାଜିକ ଆଲୋଚନା ସହ ଯାଦବ ମହାସଭା ର ଧର୍ମଗଡ ନଗର (ଏନ ଏସି) କମିଟି ଗଠନ କରାଯାଇଥିଲା । ସର୍ଵ ସମ୍ମତି କ୍ରମେ ଅନିରୁଦ୍ଧ ଲହଜଲ ଙ୍କୁ ସଭାପତି, ପ୍ରମୋଦ ହଂସ, ମହେନ୍ଦ୍ର ଖର୍ସେଲ ଓ ଧନିଷ୍ଠ ଲହଜଲ ଙ୍କୁ ଉପ ସଭାପତି, ଅରୁପ ବାଗ ଙ୍କୁ ସମ୍ପାଦକ, ବିରଞ୍ଚି ଭଇସାଲ ଙ୍କୁ ଯୁଗ୍ମ ସମ୍ପାଦକ ଏବଂ ଗୁଣନିଧି ବାଗ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନଙ୍କ ପରଲୋକ 

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ସୁରେଶ ଚନ୍ଦ୍ର ପାଢ଼ୀ, ବୁଗୁଡ଼ା, ଗଞ୍ଜାମ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଡମ୍ବରୁଧର ବେହେରା ଙ୍କ କବିତା ଜୀବନ ଲତା……!!

Leave a Comment

error: Content is protected !!