ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେଲା ନୂଆ ବିଷୟ

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ନୂଆ ବିଷୟ ସାମିଲ ହୋଇଛି। ଏଣିକି ପାଠ୍ୟକ୍ରମରେ ଆସପିରେସନାଲ୍ କମ୍ପୋନେଣ୍ଟ ନାମରେ ନୁଆ ବିଷୟ ରହିବ। ପାଠ୍ୟକ୍ରମରେ ନୁଆ ବିଷୟ ସାମିଲ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଏଣିକି ପ୍ରୋଜେକ୍ଟ ଓ୍ବାର୍କ ରହିଵ। ଇନଫରମେସନ ଟେକ୍ନୋଲୋଜି ମଧ୍ୟ ସିଲାଵସରେ ସାମିଲ୍‌ ହେବ।ପୁସ୍ତକ ସମୀକ୍ଷା କରାଯାଇ ନୂଆ ଭାଵେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ନବମ ଶେଣୀରୁ ଆରମ୍ଭ ହେବ ନୂଆ ବିଷୟ। ପରେ ଆସନ୍ତା ବର୍ଷଠୁ ଉଭୟ ନବମ ଏବଂ ଦଶମରୁ ଲାଗୁ ହେବ। ଏହି ଆସପିରେସନାଲ କମ୍ପନେଣ୍ଟରେ ବୁକ୍ ରିଭ୍ୟ, ପ୍ରୋଜେକ୍ଟ ଓ୍ବାର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ ଆଇଟି ସ୍କିଲ୍ ଭଳି ୪ଟି ବିଭାଗ ରହିବ। ପ୍ରତ୍ୟେକ ବିଷୟରେ ୨୫ ମାର୍କ ଲେଖାଏଁ, ଏବଂ ମୋଟ୍ ବିଷୟ ପାଇଁ ୧୦୦ ମାର୍କ ରହିବ ବୋଲି ବୋର୍ଡ ସୂଚନା ଦେଇଛି।

କରୋନା ସମୟରେ ପିଲାଙ୍କ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବା ବେଳେ, ବର୍ତ୍ତମାନ ପିଲାଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠ୍ୟକ୍ରମ ସାମିଲ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ନୂଆପାଠ୍ୟ କ୍ରମରେ ବୁକ୍ ରିଭ୍ୟୁ ଭଳି ବିଷୟ ରହିଛି, ଯାହା ପିଲାଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ । ପିଲାମାନେ ଏହି ବିଷୟରେ ଯେକୋଣସି ବହି ଚୟନ କରି ଏହାର ରିଭ୍ୟୂ କରିବେ । ଏହା ସହିତ ପିଲାମାନେ ପ୍ରୋଜେକ୍ଟ ୱାର୍କ ମଧ୍ୟ କରିବେ । ଏହାଦ୍ୱାରା ପିଲାମାନେ ନିଜେ ବିଭିନ୍ନ ବିଷୟରେ ସାମିଲ ରହିବେ ଏବଂ ନିଜେ ପ୍ରୋଜେକ୍ଟ ୱାର୍କ କରି ଅନେକ କିଛି ସିଖିବାକୁ ପାଇବେ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ।

ସେହିପରି ପିଲାମାନଙ୍କଠାରେ ଆଇଟି ସ୍କିଲ୍ ମଧ୍ୟ ବୃଦ୍ଧି କରିବାକୁ ଏହି ନୂଆ ପାଠ୍ୟକ୍ରମରେ ବ୍ୟବସ୍ଥା ରହିଛି । ୨୦୨୩-୨୪ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ତେଣୁ ପିଲାମାନଙ୍କୁ ଆଇଟି ସ୍କିଲ୍ ପ୍ରଦାନ କରିବାରେ କିମ୍ବା ଏହାର ପରୀକ୍ଷା କରିବା ସମୟରେ କୋଣସି ଅସୁବିଧା ହେବା ନାହିଁ ବୋଲି ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି । ତେବେ ଯଦି କୌଣସି ସ୍ଥାନରେ କମ୍ପ୍ୟୁଟର ବ୍ୟବସ୍ଥା ନଥିବ ସେଠାରେ ଆଇଟି କମ୍ପୋନେଣ୍ଟକୁ ବାଦ୍ ଦେଇ ବାକି ୩ଟି କମ୍ପୋନେଣ୍ଟ ନେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆନନ୍ଦପୁର – ଆତ୍ମ ନିର୍ଭର କୃଷକ ଅଭିଯାନ କାର୍ଯକ୍ରମ

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

Sunil Chandra Nayak

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ  ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମହମ୍‌ବତୀର୍‌ ତ୍ଯାଗ୍‌

Sunil Chandra Nayak

Leave a Comment

error: Content is protected !!