ଢେଙ୍କାନାଳ (ମ ନି ସ) ୧୬/୧୦_ କାମାକ୍ଷାନଗର ଥାନା ଅନ୍ତର୍ଗତ ହାଡ଼ଗରୀଠାରେ ରବିବାର କେହି ଦୁର୍ବୁର୍ତ୍ତର ଗୁଳି ମାଡ଼ରେ ଜଣେ ଯୁବକର ମୃତ୍ୟୁ ହୋଇଛି l ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ଗ୍ରାମର ମୀନକେତନ ଦଳେଇ (45) l ମୀନକେତନ ଟାଟା ମାଇନ୍ସରେ କାମ କରୁଥିଲେ l ରବିବାର ମୀନକେତନ ଏକ ସ୍କୁଟି ରେ ଘରକୁ ଫେରୁଥିଲେ l ହାଡ଼ଗରୀଠାରେ କେହି ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳି ମାରିଥିଲା l ଫଳରେ ମୀନକେତନ ସ୍କତିରୁ ତଳଜୁ ଖସି ପଡ଼ିଥିଲେ l ମୀନକେତନ ଗାଡ଼ିରୁ ତଳେ ପଡି ଯିବାର ଦେଖି କିଛି ବାଟରେ ଥିବା ଗ୍ରାମବାସୀ ମୀନକେତନ ଙ୍କ ପାଖରେ ପହଞ୍ଚି ଦେଖିଲା ବେଳକୁ ମୀନକେତନ ରକ୍ତରେ ଭିଜି ଯାଇଛନ୍ତି l ତାଙ୍କୁ ତୁରନ୍ତ ଉପଖଣ୍ଡ ଡାକ୍ତରଖାନରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବାର ଜଣାଯାଇଛି l
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ