ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ବୁର୍ତ୍ତ ର ଗୁଳି ମାଡ଼ରେ ଯୁବକର ମୃତ୍ୟୁ

ଢେଙ୍କାନାଳ (ମ ନି ସ) ୧୬/୧୦_ କାମାକ୍ଷାନଗର ଥାନା ଅନ୍ତର୍ଗତ ହାଡ଼ଗରୀଠାରେ ରବିବାର କେହି ଦୁର୍ବୁର୍ତ୍ତର ଗୁଳି ମାଡ଼ରେ ଜଣେ ଯୁବକର ମୃତ୍ୟୁ ହୋଇଛି l ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ଗ୍ରାମର ମୀନକେତନ ଦଳେଇ (45) l ମୀନକେତନ ଟାଟା ମାଇନ୍ସରେ କାମ କରୁଥିଲେ l ରବିବାର ମୀନକେତନ ଏକ ସ୍କୁଟି ରେ ଘରକୁ ଫେରୁଥିଲେ l ହାଡ଼ଗରୀଠାରେ କେହି ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳି ମାରିଥିଲା l ଫଳରେ ମୀନକେତନ ସ୍କତିରୁ ତଳଜୁ ଖସି ପଡ଼ିଥିଲେ l ମୀନକେତନ ଗାଡ଼ିରୁ ତଳେ ପଡି ଯିବାର ଦେଖି କିଛି ବାଟରେ ଥିବା ଗ୍ରାମବାସୀ ମୀନକେତନ ଙ୍କ ପାଖରେ ପହଞ୍ଚି ଦେଖିଲା ବେଳକୁ ମୀନକେତନ ରକ୍ତରେ ଭିଜି ଯାଇଛନ୍ତି l ତାଙ୍କୁ ତୁରନ୍ତ ଉପଖଣ୍ଡ ଡାକ୍ତରଖାନରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବାର ଜଣାଯାଇଛି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

କଥା ଦେଇ କଥା ରଖିଲେ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!