ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ

ନର୍ଲା /ମସିହା / ନର୍ଲା ବ୍ଲକ ଶିକ୍ଷ୍ୟାଧିକାରୀ କାର୍ଯ୍ୟାଳୟ ରେ ବ୍ଲକ ସଭାପତି ମୀନକେତନ ସାହୁ ଏବଂ ବ୍ଲକ ସମ୍ପାଦକ ଅମିତ ଶର୍ମା ଙ୍କ ତତ୍ୱାବଧାନ ରେ ବ୍ଲକ ର ପ୍ରାଥମିକ ଶିକ୍ଷକ ସଙ୍ଘ ର ନୂତନ କର୍ମକର୍ତା ମାନଙ୍କ ର ଶପଥ ଗ୍ରହଣ ସମାରୋହ ସମ୍ପନ୍ନ ହୋଇଯାଇଛି | ଏହି ସଭା ରେ ମୁଖ୍ୟ ଅତିଥି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକ ଏବଂ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଉପ ସଭାପତି ଶ୍ରୀ ବୀରେନ୍ଦ୍ର ବାଗ ଏବଂ ଜିଲ୍ଲା କମିଟି ର କୋର ସଦସ୍ୟ ବୃନ୍ଦ ଯୋଗ ଦେଇ ଥିଲେ | ଅତିଥି ଙ୍କୁ ସ୍ୱାଗତ କରିଥିଲେ ବ୍ଲକ ସମ୍ପାଦକ ଶ୍ରୀ ଅମିତ ଶର୍ମା | ଏହି ସଭା ରେ ପୂର୍ବତନ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଏବଂ ସମ୍ପାଦକ, ଗିରିଧାରୀ ଗୌଡ଼, ନିର୍ମଳ ବାରିକ, ସରୋଜ କୁମାର ଚାନ୍ଦ, ରଞ୍ଜନ ତ୍ରିପାଠୀ, ମଧୁସୂଦନ ରାଉତ, କିଶୋର ଭୋଇ, ଦୀପଞ୍ଜଳି ପାଢ଼ୀ ପ୍ରମୁଖ ଙ୍କୁ ମଞ୍ଚ ରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା | ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶରତ ଭୋଇ, ନୂତନ କର୍ମକର୍ତା ସଭାପତି ମୀନକେତନ ସାହୁ, ସମ୍ପାଦକ ଅମିତ ଶର୍ମା,ଉପ ସଭା ପତି ହରିହର ସାହୁ,ଉପ ସଭା ନେତ୍ରୀ ପୁଷ୍ପଲତା କୁମାର,ଯୁଗ୍ମ ସମ୍ପାଦକ ପଙ୍କଜ କୁମାର ସାହୁ,ଦୁର୍ଗା ମାଧବ କୁମାର,ହେମନ୍ତ କୁମାର ସାହୁ,ସଂଯୋଜକ ଡମ୍ବରୁଧର ବେହେରା,କୋଷଧକ୍ଷ୍ୟ ମନୋଜ କୁମାର ସାହୁ ପ୍ରମୁଖ ଙ୍କୁ ଶପଥ ଗ୍ରହଣ କରାଇ ଥିଲେ ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକ | ପୂର୍ବତନ ସଭାପତି ମଧୁସୂଦନ ରାଉତ ଏବଂ ସୁରେଶ ଶର୍ମା ଧନ୍ୟବାଦ ଅର୍ପଣ କରି ଥିଲେ |

ଦୀପକ କୁମାର ଠାକୁର, ନର୍ଲା

Related posts

ତୀର୍ଯ୍ୟକ

Sunil Chandra Nayak

ଛିଲିପା ରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

Sunil Chandra Nayak

ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!