ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମିନ୍ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ – ଜେଲରେ ରହିବେ ଅର୍ଚ୍ଚନା ନାଗ

ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଜାମିନ ଖାରଜ କରିଛନ୍ତି । ଅର୍ଚ୍ଚନାଙ୍କ ସହ କିଛି ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା, ଶିଳ୍ପପତିଙ୍କ ସମ୍ପର୍କ ଥିବା କୁହାଯାଉଥିବା ବେଳେ ପୁଲିସର ଜେରାକୁ ନେଇ ପ୍ରଶ୍ନ ଉଠିଛି । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । କିନ୍ତୁ ସମାନ ଅଭିଯୋଗ ଥାଇ ମଧ୍ୟ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।

ପ୍ରଶ୍ନ ଉଠୁଛି, ସମାନ ଏତଲା ହୋଇଥିଲେ ପୋଲିସ କାହିଁକି ସେମାନଙ୍କୁ ଅନୁକମ୍ପା ଦେଖାଉଛି । କାହାର ରହିଛି କି ଚାପ? ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ । କିନ୍ତୁ ପ୍ରଶ୍ନ ଉଠୁଛି ଏହି ମାମଲାରେ ଅର୍ଚ୍ଚନାଙ୍କୁ ବାଦ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଖୁଲମ ଖୁଲ୍ଲା ବାହାରେ ବୁଲୁଛନ୍ତି । ରାଜ୍ୟର ସବୁଠୁ ବଡ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଗିରଫ ପରେ ତଦନ୍ତ ଟିକେ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି ।

କ’ଣ ରହିଛି ଅର୍ଚ୍ଚନାଙ୍କ ବିରୋଧରେ ଦଫା ?
ଅର୍ଚ୍ଚନାଙ୍କ ବିରୋଧରେ ଆଇପିସିର ଦଫା- ୩୪୧…
ବେଆଇନ ଭାବେ ଅଟକ ରଖିବା
୧ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୫ ଶହ ଟଙ୍କା ଜରିମାନା,
ଆଇପିସି-୩୨୮…
ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା
୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା,
ଆଇପିସି- ୩୨୪…
ମାରଣାସ୍ତ୍ରରେ କ୍ଷତାକ୍ତ କରିବା
ତିନି ବର୍ଷ ଜେଲ ଦଣ୍ଡ ସହ ଜରିମାନା
ଆଇପିସି- ୩୫୪(ସି)…
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କରିବା
୧ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ
ଦ୍ୱିତୀୟ ଥର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା
ଆଇପିସି-୩୭୦…
ମାନବ ଚାଲାଣ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା
ଆଇପିସି- ୩୮୬, ୩୮୭, ୩୮୮, ୩୮୯….
ଡରେଇ ଧମକାଇ ଟଙ୍କା ଆଦାୟ କରିବା
ଆଜୀବନ କାରାଦଣ୍ଡ ସହ ଜରିମାନା
ଆଇପିସି-୪୧୯, ୪୨୦….
ଠକେଇ କରିବା, ସମ୍ପତି ହଡପ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା
ଆଇପିସି- ୪୬୫….
ଜାଲିଆତି କରିବା
୨ ବର୍ଷ ଜେଲ ଦଣ୍ଡ ସହ ଜରିମାନା
ଆଇପିସି-୫୦୬…
ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ
୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ
ଆଇପିସି-୧୨୦ (ବି)…
ଅପରାଧୀଙ୍କୁ ସହଯୋଗ କରିବା
୬ ମାସ ଜେଲ ଦଣ୍ଡ ସହ ଜରିମାନା
ଆଇଟି ଆକ୍ଟ- ୬୬ (ଇ), ୭୭…
ଅଶ୍ଳୀଳ ଫଟୋ ଭାଇରାଲ କରିବା
୩ ବର୍ଷ ଜେଲ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଲମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନା ଚକ୍ର

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଭୋକ

Leave a Comment

error: Content is protected !!