ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ପୁଲିସ କୁ ମିଳିଛି ବଡ ସଫଳତା

ରାୟଗଡା:୩୦/୩- ରାୟଗଡାରେ ଚାଞ୍ଚଲ୍ଯ କର ଘଟଣା ଖେଳାଇଥିବା ଏକ ଚୋର ଦଳଙ୍କୁ ଧରିବାରେ ରାୟଗଡା ପୁଲିସ ସଫଳ ହୋଇଛି। ଏହି ଚୋର ଦଳ ଗତ ୨୬ ତାରିଖରେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଥିବା ଜଗନ୍ନାଥ କମ୍ପ୍ଲେକ୍ସର ପି.ନନ୍ଦାକିଶୋର ରାଓଙ୍କ ଘରୁ ଚୋରୀ କରିଥିଲେ। ଥାନାରେ ଅଭିଯୋଗ ହେବାପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା। ରାୟଗଡା ଥାନା ଅଧିକାରୀ ଶ୍ରୀ ପ୍ରଧାନ ନିଜେ ମାମଲାର ତଦନ୍ତ ଭାର ନେଇ ସିସିଟିଭି ଫୁଟେଜ୍ ଆଧାରରେ ଚୋର ଦଳଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଚୋର ଦଳର ୪ ଜଣଙ୍କୁ ପୁଲିସ ଗିରଫ୍ କରିବାପରେ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ନଗଦ ୧୫ ହଜାର ଟଙ୍କା ସହ ରୂପା ସାମଗ୍ରୀ ଜବତ କରିଛି। ଘରେ କେହି ନଥିବା ବେଳେ ଏହି ଚୋର ଦଳ ତାଲା ଭାଙ୍ଗି ସାମଗ୍ରୀ ଚୋରୀ କରି ନେଇଥିଲେ। ଧରାପଡିଥିବା ୪ ଜଣ ଚୋର ରାୟଗଡା ସହର ମଧ୍ୟରେ ଥିବା ବିଭିନ୍ନ ସାହିର ଅଟନ୍ତି ବୋଲି ରାୟଗଡା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯ ର ଶୁଭାରମ୍ଭ

କୁଟେନ ଗାଁ ରେ ମକ ଡ୍ରିଲ କାର୍ଯ୍ୟକ୍ରମ

Sunil Chandra Nayak

ଜଣା ଅଜଣା.. ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

Sunil Chandra Nayak

Leave a Comment

error: Content is protected !!