ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଉତ୍କଳ ଦିବସ

 

ଉତ୍କଳ ଦିବସ 

 

ଅପ୍ରେଲ ଏକ ତ ଉତ୍କଳ ଦିବସ

କିଏ ବା ଦେବ ତା’ ମୂଲ,

ଗର୍ବିତ ମୁଁ ଓଡ଼ିଶା ମୋ ଜନ୍ମ ମାଟି

ତା’ ଆଗେ ସବୁ ଅମୂଲ l

 

ସ୍ମରଣ ଆସିଲେ ଉତ୍କଳ ଐତିହ୍ୟ

କୋହ ଭରା ହୁଏ ବକ୍ଷ,

ସବୁ ଲହୁ ପୁଣି ଲୁହ ହେଇ ଝରେ

ମାନେନି ଆଖିର ବନ୍ଧ l

 

ନାହିଁ ସିନା ଆଜି ଫିରିଙ୍ଗି ଶାସନ

ନାହିଁ ଜମିଦାରୀ କର,

କିନ୍ତୁ ଆଜି ଆମେ ସ୍ୱାଧୀନ ହୋଇ ବି ସ୍ୱାଭିମାନ ପରାଧୀନ l

 

ନାହାଁନ୍ତି ଆଜି ତ ଉତ୍କଳ ଗୌରବ

ନାହାଁନ୍ତି ଉତ୍କଳମଣି,

ଦୂଆତ ମୂନରେ ନୀତି ଶିକ୍ଷା ଦେବେ ଆତ୍ମ ଗର୍ବେ ବୁଡ଼ିଲେଣି l

 

ଜାଣନ୍ତିନି ଆମେ କେତେ କେତେ ବଡ଼

ଅଜ୍ଞାନୀ ପାଲଟିଛନ୍ତି,

ବାପା, ମାଆ ପରି ପବିତ୍ର ଶବ୍ଦକୁ

ମମି, ଡାଡି କରିଛନ୍ତି l

 

ଭୁଲିଛନ୍ତି ଆମେ ଭଞ୍ଜ କବି ଆଉ

ରାଧାନାଥଙ୍କର ବାଣୀ,

ଭୁଲିଛନ୍ତି ପୁଣି କଳା ସଂସ୍କୃତିକୁ

ଓଡ଼ିଶୀ, ଛାନ୍ଦ ଯେ ପୁଣି l

 

ନାହିଁ ସେ ଭାବନା ନାହିଁ ସେ ଚେତନା

ଉତ୍କଳୀୟ ଆମ୍ଭେ ବୋଲି,

ଯାହା ସଂସ୍କୃତିର ପ୍ରତୀକ ଅଟଇ

ନିଜେ ଜଗନ୍ନାଥ ହରି l

 

ଭରିଦିଅ ସେହି ପ୍ରାଚୀନ ସଂସ୍କାର

ସଭିଙ୍କ ମନ ଅନ୍ତରେ,

ନିଜ ଜୀବନକୁ ଆହୁତି କରିବା

ସମାଜର ଉପକାରେ l

 

ଜନମ ଭୂଇଁ ଯେ ଉତ୍କଳ ଆମର

ଏଇଠି ସବୁ ତ ଭରା,

କାହିଁକି ଖୋଜିବା କୋଉଠି ଖୋଜିବା

ଇଏ ଆମ ସ୍ୱର୍ଗ ପରା l

 

ଭୁଲିବାକୁ ଦେଵାନାହିଁ କାହା ମନୁ

କେବେ ତ ପଖାଳ କଂସା,

ହଜିବାକୁ ଦେଵାନାହିଁ ତ କେବେରେ

ଆମର ଓଡ଼ିଆ ଭାଷା l

 

ଗର୍ବରେ କହିବା ଥରୁଟେ ସମସ୍ତେ

ଆମେରେ ଓଡ଼ିଆ ପରା,

ଓଡ଼ିଆ ପୁଅର ବୀର ଗାଥା ଗାଇ

ପୂରାଇବା ମନ ଆଶା l

 

ତୁମେ ବି ଓଡ଼ିଆ ଆମେ ବି ଓଡ଼ିଆ

ଉତ୍କଳ ଆମରି ବାସ,

ପାଳିବାରେ ଆସ ସଭିଏଁ ତ ମିଶି

ଏଇ ଉତ୍କଳ ଦିବସ l

 

ଉତ୍କଳ ଦିବସ ଆସିଛି ଆଜିରେ

ଦେଉଛି ସ୍ମୃତିର ଭେଟି,

ଓଡ଼ିଆ ପୁଅ ତ ଆଜି ମୁଁ ଗର୍ବିତ

ଉତ୍କଳ ମୋ ଜନ୍ମମାଟି l

  – ଶ୍ରୀ ଅଶୋକ କୁମାର ନାୟକ

  ଗ୍ରାମ/ପୋଷ୍ଟ – କେନ୍ଦୁଢ଼ିପି

           ଜିଲ୍ଲା – ନୟାଗଡ଼

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗୀୟ। ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ଏକ ଗୁରୁତ୍ଵ ପୂର୍ଣ୍ଣ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!