ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

କର୍ଲାମୁଣ୍ଡା (ସୁଶାନ୍ତ ରଣା): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କର୍ଲାମୁଣ୍ଡା ଜୋନ୍ ‘ଖ’ ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ ହୋଇଛନ୍ତି l ଶ୍ରୀ ଚୌଧୁରୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ଜୟନ୍ତୀ ସାହୁଙ୍କୁ ୨୧୧୨ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି l କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ୭୩୧୦ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀନୀ ଜୟନ୍ତୀ ସାହୁ ୫୧୯୮ଖଣ୍ଡ ଭୋଟ ପାଇ ଦ୍ବିତୀୟ, ବିଜେଡ଼ି ପ୍ରାର୍ଥୀନୀ ସଂଯୁକ୍ତା ସାହୁ ୪୫୫୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି l ୨୦୧୭ ନିର୍ବାଚନରେ କର୍ଲାମୁଣ୍ଡା ବ୍ଲକର ଉଭୟ ଜୋନ୍ ରେ ବିଜେପି ବିଜୟ ଲାଭ କରିଥିଲା l କିନ୍ତୁ ଚଳିତ ନିର୍ବାଚନରେ କର୍ଲାମୁଣ୍ଡା ‘କ’ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ମହେନ୍ଦ୍ର ରଣା ବିଜୟ ଲାଭ କରି ଥିବା ବେଳେ ବିଜେପି ପ୍ରାର୍ଥୀ ନବୀନ ରଣା ଦ୍ୱିତୀୟ ସ୍ଥାନରେ ରହିଛନ୍ତି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ବେଣୁଧର ସୂତାର ଙ୍କ କବିତା ଆମ ମାତୃଭାଷା

Sunil Chandra Nayak

ମାନ୍ୟବର ସୁପ୍ରିମ କୋର୍ଟ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆଦେଶନାମା ଜାରି ପରିପ୍ରେକ୍ଷୀରେ..

Sunil Chandra Nayak

ପୋଡ଼ାଗଡ଼ ଠାରେ ପ୍ରାକ ଦଶହରା ପାଳିତ         

Sunil Chandra Nayak

Leave a Comment

error: Content is protected !!