ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳଙ୍କ ଦ୍ବାରା ଦେବହୁତି କରଙ୍କ ୩ଟି ପୁସ୍ତକ ଲୋକାର୍ପିତ

ଭବାନୀପାଟଣା,୧୭।୩/ବାନୀପାଟଣା ଅମଲା ଭବନ ପରିସରରେ ଗାଳ୍ପିକା ଦେବହୂତି କରଙ୍କ ‘ ସୁନା ଝିଅର ଘର’ , ‘ମୋ ପତି ମହାବିପତ୍ତି’ , ‘ସେକାଳ ପଖାଳ ‘ ତିନୋଟି ଗଳ୍ପ ସଙ୍କଳନ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ସାହିତ୍ୟର ଗଳ୍ପ ଜଗତରେ ଜଣେ ସଫଳ ସ୍ରଷ୍ଟା ଭାବେ ନିଜକୁ ପ୍ରତିଷ୍ଠା କରିଛନ୍ତି ଗାଳ୍ପିକା ଦେବହୂତି କର। ସେ ଜଣେ ଯଶସ୍ବୀ ଲେଖିକା ଭାବରେ ତାଙ୍କର ଏଯାଏଁ ୩୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଙ୍କ ସ୍ବୀକୃତି ପାଇଛି।

ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାସବିହାରୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା , ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ । ପୁସ୍ତକ ସମୀକ୍ଷାରେ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଶତପଥୀ , ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପ ଦାଶ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ପରମେଶ୍ବର ମୁଣ୍ଡ,ସାମ୍ବାଦିକ ଶାନ୍ତନୁ ବେହେରା,ଲଳିତ କାନୁନଗୋ, ରଜନୀକାନ୍ତ ମିଶ୍ର, ଅଜିତ୍ ସିଂ, ବିକାଶ ଷଡ଼ଙ୍ଗୀ, ସୁନିଲ ପାଢ଼ୀ, ଦେବେନ୍ଦ୍ର ବିଶି, ସ୍ଵାଧୀନ ପାତ୍ର, ମନୋଜ ନାଏକ, ଯଶକେତନ୍ ଧଙ୍ଗଡା ମାଝୀ, କୈଳାଶ ସାହୁ, ସୁଧୀର କୁମାର ଧଙ୍ଗଡା ମାଝୀ,B ଦୁଃଖିଶ୍ୟାମ ପ୍ରଧାନ, ହର୍ଜିନ୍ଦର୍ ସିଂ,ମହମ୍ମଦ ଅଲ୍ଲୀ, ମନୋଜ ନାଏକସମେତ ବହୁ ବୁଦ୍ଧି ଯିବି, ଗାଳ୍ପିକ, ଲେଖକ ଓ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରମୁଖ ଉପସ୍ଥିତ ଥିଲେ । ମ ନି ସ 

Related posts

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ପଣ୍ଡୁପାଣି ଏସଏସଡି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୃତ;କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!