ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ୍ୟୁଜିକ୍ ସର୍କଲରେ ବସନ୍ତ ସମରୋହର ୩ୟ ସଂଧ୍ୟା

ରାଉରକେଲାର ସାଂସ୍କୃତିକ ଇତିହାସକୁ ମ୍ୟୁଜିକ୍ ସର୍କଲର ଅବଦାନ ଅତୁଳନୀୟ

ରାଉରକେଲା/ଚାରିଦିନ ବ୍ୟାପୀ ଚାଲିଥିବା ବସନ୍ତ ସମାରୋହର ତୃତୀୟ ସଂଧ୍ୟା ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ଉପମହାପ୍ରବନ୍ଧକ ଇଂ.ପ୍ରତାପ କୁମାର ରାୟଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା । ସାଧାରଣ ସଂପାଦିକା ଅଳକା ଚାନ୍ଦ ଅନୁଷ୍ଠାନର ଦୀର୍ଘ ୪୫ ବର୍ଷର ସଂଘର୍ଷମୟ ଇତିହାସ ଅତ୍ୟନ୍ତ ଭାବବିହ୍ବଳ ହୋଇ ବର୍ଣ୍ଣନା କରିଥିଲେ। ଇଂ. ରାୟ ତାଙ୍କ ସ୍ବାଗତ ଅଭିଭାଷଣରେ ମ୍ୟୁଜିକ୍ ସର୍କଲର ଗୌରବମୟ ଅତୀତ ସମ୍ପର୍କରେ ଆଲୋକପାତ କରିବା ସହ ସାଧାରଣ ସଂପାଦିକାଙ୍କ ଅଦମ୍ୟ ଉତ୍ସାହକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଇସ୍ପାତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ତାତ୍ବିକ ଅଭିଭାଷଣରେ ବେଦ-ଉପନିଷଦରୁ ଉଦାହରଣ ଦେଇ କହିଲେ ଯେ, ନୃତ୍ୟ-ସଂଗୀତ ବ୍ୟକ୍ତିକୁ ନିର୍ଲିପ୍ତ ଅବସ୍ଥା ପ୍ରଦାନ କରି ଏକ ଆନନ୍ଦମହ ଅବସ୍ଥାକୁ ଉନ୍ନୀତ କରି ଭଗବତ ପ୍ରାପ୍ତିରେ ସହାୟକ ହୋଇଥାଏ। ଉତ୍ସବର ଦ୍ବିତୀୟ ଭାଗରେ କଲିକତରୁ ଆସିଥିବା ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ଶ୍ରୀମତୀ ଲୁପ୍ତା ରାୟ ଓ ସାଥୀ ଭଜନ, ଗଜଲ ଏବଂ ଲୋକ ସଂଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରାୟିତ କରିଥିଲେ। ମ୍ୟୁଜିକ୍ ସର୍କଲର କଳାକାର ମାନେ ଗୁରୁ ସୁଦେଶ୍ନା ରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ କଲିକତାର ନୃତ୍ୟ ଗୁରୁ ସୁଚରିତା ଦତ୍ତ ଘଟାଙ୍କ ନେତୃତ୍ବରେ ମୀରା ଘୋଷ, ରାଜରୂପା ଘୋଷ, ଋତୁ ବିଶ୍ୱାସ ପ୍ରଭୃତିଙ୍କ ଦ୍ବାରା ପରିବେଶିତ କଥକ ନୃତ୍ୟ ଦର୍ଶକ ମାନଙ୍କୁ ଏକ ଅତୀନ୍ଦ୍ରୀୟ ଅନୁଭୂତିରେ ମୁଗ୍ଧ କରିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅନୀଲ ଦାସ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ ମଲ୍ଲିକ, ଲକ୍ଷ୍ମଣନାଥ ଦାସ, ଉମାକାନ୍ତ ମଲ୍ଲିକ, ନିଖିଳେଶ୍ବର ଦାସ, ନନ୍ଦ ଦୁଲାଳ ସିହ୍ନା, ମିତାଲି ସିହ୍ନା, ବିବେକାନନ୍ଦ ପଣ୍ଡା ପ୍ରମୁଖ ସହାୟତା କରିଥିବା ବେଳେ ଅର୍ଜନ ଭୂୟାଁ, ସୁଶାନ୍ତ କୁମାର ନାୟକ, ରାଜୀବ ପାଣି, ସୁପ୍ରଭା ରାୟ, ସାବିତ୍ରୀ ଦାସ, ଜୟଶ୍ରୀ ଦାସ, ଡଃ ମଞୁଳା ପାତ୍ର , ତ୍ରିଲୋଚନ ସ୍ବାଇଁ ପ୍ରଭୃତିଙ୍କ ସହ ଶତାଧିକ ଦର୍ଶକ ଉପଭୋଗ କରିଥିଲେ।କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ମମତା ସାହୁ ଙ୍କ କବିତା ମାଆ ପଦ ଟିଏ

Sunil Chandra Nayak

ଜୟପାଟଣା:ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!