ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

ତେନ୍ତୁଳିଖୁଣ୍ଟି ସାମ୍ବାଦିକ ଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜି ଙ୍କୁ ଗୋଷ୍ଟି ଉନୟନ ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ
ତେନ୍ତୁଳିଖୁଣ୍ଟି 17/9 /22 ନବରଙ୍ଗପୁର ଜିଲ୍ଲା ଓ ୟୁ ଜେ ତେନ୍ତୁଳିଖୁଣ୍ଟି ଶାଖା ସାମ୍ବାଦିକ ଙ୍କ ତରଫରୁ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା କୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପେକ୍ଷିରେ ତେନ୍ତୁଳିଖୁଣ୍ଟି ସାମ୍ବାଦିକ ଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜି ଙ୍କୁ ଗୋଷ୍ଟି ଉନୟନ ଅଧିକାରୀ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖବର ସଂଗ୍ରହ ସମୟରେ 3 ଜଣ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଜୟକୃଷ୍ଣ ବେହେରା ଦୁର୍ବ୍ୟବହାର ସାଙ୍ଗକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଶ୍ରୀ ବେହେରା ଙ୍କ ଏହି ଭଳି ଆଚରଣ କୁ ସାମ୍ବାଦିକ ମାନଙ୍କ ତରଫରୁ ତୀବ୍ର ବିରୋଧ କରାଯାଉଛି । ପୋଲିସ ର ଏହିଭଳି ଆଚରଣ ରେ ପୋଲିସ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ତୁଟିବ ତେଣୁ ତୁରନ୍ତ ଏଏସପି ଶ୍ରୀ ବେହେରା ଙ୍କୁ ଅନ୍ୟତ୍ର ବଦଳି ସାଙ୍ଗକୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଓୟୁଜେ ତେନ୍ତୁଳିଖୁଣ୍ଟି ଶାଖା । ନଚେତ ଆଗାମୀଦିନରେ ରାଜ୍ୟ ସଂଘ ସହଯୋଗ ରେ ଜିଲ୍ଲା ସଂଘ ଆନ୍ଦୋଳନ କୁ ଅଲହାଇବା ନେଇ ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ଓ ୟୁ ଜେ ନବରଙ୍ଗପୁର ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ସଂଗଠନ ସମ୍ପାଦକ ବାରିଜ କୁମାର ପଟନାୟକ ,କୈଳାସ ପତି ଦଳେଇ ,ଚିଦାନନ୍ଦ ସାହୁ ,ଦିଲୀପ ସୁନା ,ସୁଶାନ୍ତ ଶତପଥି,ଗୋପାଳ କୃଷ୍ଣ ନାୟକ ,ମହେଶ୍ଵର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଖଡ଼ିଆଳ ଜଗନ୍ନାଥ ଟ୍ରଷ୍ଟି ପକ୍ଷରୁ ଶ୍ରୀମଦ ଭାଗବତ ପ୍ରାୟଣ  ଉତ୍ସବ ପାଳିତ

Sunil Chandra Nayak

ଗୋହିରାପଦର ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ସୂଚନା 

Sunil Chandra Nayak

ପକ୍ଷାଘାତ ଧର୍ମ ଦାଶ କୁ ଅଲ ଓଡ଼ିଶା ସିଡୁଲ କାଷ୍ଟ ପକ୍ଷରୁ ସହାୟତା

Leave a Comment

error: Content is protected !!