ଲାଞ୍ଜିଗଡ଼,୨୮/୦୫(ମ ନି ସ ) ଋତୁସ୍ରାବ ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟା ଓ ଏହାକୁ ନେଇ ଭ୍ରାନ୍ତଧାରଣା ରହିବା ଉଚିତ ନୁହେଁ । ଅନ୍ଧବିଶ୍ୱାସ, କୁସଂସ୍କାର ଆଦିରୁ ଦୂରେଇ ମାସିକ ଋତୁସ୍ରାବ ସମୟରେ ପରିଷ୍କାର, ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଆଜି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ଓ ବେଦାନ୍ତ ହସ୍ପିଟାଲ ପକ୍ଷରୁ ନିୟମଗିରି ବେଦାନ୍ତ ନଗରଠାରେ ଆୟୋଜିତ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଅତିଥି ଭାବେ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ମୁଖ୍ୟ ଦିଲିପ ପ୍ରଜାପତି, ସୁରକ୍ଷା ବିଭାଗର ସୋନାଲୀ ପଟେଲ, ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ ସାହୁ, ବେଦାନ୍ତ ହସ୍ପିଟାଲର ଡ. ପ୍ରଶାନ୍ତ ପରମାଣିକ ପ୍ରମୁଖ ଯୋଗ ଦେଇଥିଲେ । ବେଦାନ୍ତ ହସ୍ପିଟାଲ ପରିଚାଳକ ଅମରକୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ. ଏଡଗାଥା ଚାଇନ୍ଦା ଓ ବେଦାନ୍ତ ହସ୍ପିଟାଲର ମହିଳା ରୋଗ ବିଶେଷଜ୍ଞ ଡ. ଚାରୁବାଳା ସାହୁ, ସମ୍ମନ୍ୱିତ ଶିଶୁବିକାଶ ପ୍ରକଳ୍ପର ପରିଦର୍ଶିକା ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ । ଏଥିରେ ନିୟମଗିରି ବେଦାନ୍ତ ନଗର, ଜଗନ୍ନାଥପୁର ଓ କେନ୍ଦୁବର୍ଡି ଗାଁର ଦେଢଶହ ମହିଳା ସାମିଲ ହୋଇଥିଲେ । ଅଶୋକ ଖୋରାଙ୍କ ନେତୃତ୍ୱରେ ବେଦାନ୍ତ ହସ୍ପିଟାଲ ଓ ନିୟମଗିରି ବେଦାନ୍ତ ନଗର ହସ୍ପିଟାଲର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।