ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଦାନ୍ତ ଲିମିଟେଡ ପକ୍ଷରୁ ନିୟମଗିରି ବେଦାନ୍ତ ନଗରଠାରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ  

ଲାଞ୍ଜିଗଡ଼,୨୮/୦୫(ମ ନି ସ )  ଋତୁସ୍ରାବ ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟା ଓ ଏହାକୁ ନେଇ ଭ୍ରାନ୍ତଧାରଣା ରହିବା ଉଚିତ ନୁହେଁ । ଅନ୍ଧବିଶ୍ୱାସ, କୁସଂସ୍କାର ଆଦିରୁ ଦୂରେଇ ମାସିକ ଋତୁସ୍ରାବ ସମୟରେ ପରିଷ୍କାର, ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଆଜି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ଓ ବେଦାନ୍ତ ହସ୍ପିଟାଲ ପକ୍ଷରୁ ନିୟମଗିରି ବେଦାନ୍ତ ନଗରଠାରେ ଆୟୋଜିତ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଅତିଥି ଭାବେ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ଦିଲିପ ପ୍ରଜାପତି, ସୁରକ୍ଷା ବିଭାଗର ସୋନାଲୀ ପଟେଲ, ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ ସାହୁ, ବେଦାନ୍ତ ହସ୍ପିଟାଲର ଡ. ପ୍ରଶାନ୍ତ ପରମାଣିକ ପ୍ରମୁଖ ଯୋଗ ଦେଇଥିଲେ । ବେଦାନ୍ତ ହସ୍ପିଟାଲ ପରିଚାଳକ ଅମରକୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ. ଏଡଗାଥା ଚାଇନ୍ଦା ଓ ବେଦାନ୍ତ ହସ୍ପିଟାଲର ମହିଳା ରୋଗ ବିଶେଷଜ୍ଞ ଡ. ଚାରୁବାଳା ସାହୁ, ସମ୍ମନ୍ୱିତ ଶିଶୁବିକାଶ ପ୍ରକଳ୍ପର ପରିଦର୍ଶିକା ଜ୍ୟୋସ୍ନାରାଣୀ ମିଶ୍ର ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ । ଏଥିରେ ନିୟମଗିରି ବେଦାନ୍ତ ନଗର, ଜଗନ୍ନାଥପୁର ଓ କେନ୍ଦୁବର୍ଡି ଗାଁର ଦେଢଶହ ମହିଳା ସାମିଲ ହୋଇଥିଲେ । ଅଶୋକ ଖୋରାଙ୍କ ନେତୃତ୍ୱରେ ବେଦାନ୍ତ ହସ୍ପିଟାଲ ଓ ନିୟମଗିରି ବେଦାନ୍ତ ନଗର ହସ୍ପିଟାଲର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ନୂଆପଡା ଶାଖା ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସମ୍ବାଦିକଙ୍କ ଆକ୍ରମଣ ପ୍ରତିବାଦ ଏବଂ ନିନ୍ଦା ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!