ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗରରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ

ଢେଙ୍କାନାଳ: ଆଜି ମଧ୍ୟାହ୍ନ ରେ କାମାକ୍ଷା ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କଲ୍ୟାଣ ମଣ୍ଡପ ଠାରେ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିରଜା ପ୍ରସାଦ ରଥ ଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ ହୋଇଯାଇଅଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନଗର ପାଳ ଧର୍ମାନନ୍ଦ ପରିଡ଼ା ଯୋଗ ଦେଇ ଥିଲା ବେଳେ ସମ୍ମାନିତ  ରୂପେ ଉପ ନଗର ପାଳ ଶକୁନ୍ତଳା ସେଠୀ ଯୋଗ ଦେଇ ଶୋଭା ବର୍ଦ୍ଧନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଜନ ହିତ ରେ ଜାରି କରାଯାଇ ଥିବା ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ଆହ୍ବାନ ରେ ଅଂଚଳ କୁ ସାମିଲ୍ କରାଇବା ତଥା ବିକାଶ ପଥରେ ଆଗେଇ ନେବାକୁ ସମସ୍ତ କାଉନସିଲର ଏବଂ ସ୍ୱଚ୍ଚ ସାଥୀ ମାନଙ୍କୁ ସାମଗ୍ରିକ ବିକାଶୋନ୍ମୁଖୀ ଯୋଜନା ଭିତ୍ତିକ ଉପଦେଶ ଦେବା ସହିତ ସଂକଳ୍ପ ବାର୍ତ୍ତା ପ୍ରଦାନ କରାଯାଇଥିଲା ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ପୋଲିସ୍ ପଡିଆଠାରେ “ବିକାଶର ଧାରା, ଓଡିଶା ସାରା” କାର୍ଯ୍ୟକ୍ରମର ସମାପନୀ ଉତ୍ସବ ଓ ବ୍ୟାପକ ସରକାରୀ ହିତାଧିକାରୀ ସହାୟତା ବଣ୍ଟନ ଅନୁଷ୍ଠିତ

Sunil Chandra Nayak

ହୋଲିରେ ପୁଣି ଏକ ଅଘଟଣ , ଯମୁନା ସାଗରରେ ବୁଡ଼ି ଯୁବକ ଙ୍କ ମୃତ୍ୟୁ

masiha

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମନ ଫୁଲ 

Sunil Chandra Nayak

Leave a Comment

error: Content is protected !!