ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋରିଗାଁରେ ଶ୍ମଶାନକୁ ନେଇ ବିବାଦ , ନୂତନ ସ୍ଥାନ ଚିହ୍ନଟ ପରେ ଦିଆଗଲା କବର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଅନ୍ତର୍ଗତ ବୋରିଗାଁରେ ଶ୍ମଶାନକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ କବର ଦେବା ନିମନ୍ତେ ବିବାଦ ଆରମ୍ଭ ହୋଇଥିଲା l ଏହାକୁ ନେଇ ବୋରିଗାଁରେ ଉତ୍ତେଜନା ଦେଖାଦେଇଥିଲା l ଗତ କାଲି ବୋରିଗାଁର ଦଶମୁ ପନକା ଓରଫ ପାଉଲ ପନକା (୭୩)ଙ୍କ ମୃତ୍ୟୁ ସକାଳ ୫ଘଣ୍ଟାରେ ହୋଇଥିଲା l ମୃତ ଦେହକୁ ନେଇ କବର ଦେବାରେ ସମସ୍ୟା ଉପୁଜି ଥିଲା l ଗ୍ରାମର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସେସନକୁ ଉକ୍ତ ସମସ୍ୟା ବିଷୟରେ ଅବଗତ କରିଥିଲେ l ଏହି ଅଭିଯୋଗକୁ ଆଧାର କରି ନବରଙ୍ଗପୁର ଇଣ୍ଟର ଡ଼ିନମିନେସନାଲ ପାଷ୍ଟର ଆସୋସେସନର ସଭାପତି ରେଭ ପ୍ରଦୀପ କୁମାର ନନ୍ଦ ଡାବୁଗାଁ ତହସିଲଦାର ମହାଶୟ ଶ୍ରୀ ଭବାନୀ ଶଙ୍କର ମିଶ୍ରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଏହାର ସମାଧାନ ନିମନ୍ତେ ଅବଗତ କରାଇଥିଲେ l ତହସିଲଦାରଙ୍କ ନିର୍ଦ୍ଦେଶ ପ୍ରକାରେ ରାଜସ୍ୱ ନିରୀକ୍ଷକ ଶ୍ରୀ ଗଙ୍ଗାଧର ମହାଙ୍କୁଡ ଏବଂ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସହୟତାରେ ବୋରିଗାଁ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ଗ୍ରାମବାସୀ ଜିଦ ଧରି ବସିଲେ, ଆମେ ଆମର ଶ୍ମଶାନରେ ଜାଗା ଦେବୁନାହିଁ କାରଣ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଅଛି lପରିସ୍ଥିତି ଜଟିଳ ହେବାରୁ ରାଜସ୍ଵ ନିରୀକ୍ଷକ ତହସିଲଦାରଙ୍କୁ ଜଣାଇଥିଲେ l ପରେ ତହସିଲଦାର ଡାବୁଗାଁ ଥାନାର ଥାନା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନାୟକଙ୍କୁ ଅବଗତ କରିବାରୁ ସେ ତାଙ୍କ ଛଅ ଜଣ ପୋଲିସ କର୍ମଚାରୀଙ୍କ ସହିତ ବୋରିଗାଁରେ ପହଁଞ୍ଚିଥିଲେ l ପରେ ତହସିଲଦାର ମଧ୍ୟ ପହଁଞ୍ଚିଥିଲେ l ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କଲାପରେ ମଧ୍ୟ ସମାଧାନର ପନ୍ଥା ବାହାରି ନ ଥିଲା l ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସରକାରୀ ଜାଗା କବର ସ୍ଥାନ ନିମନ୍ତେ ଅନୁସନ୍ଧାନ କରି ବୋରିଗାଁ ମୌଜାରେ ଥିବା ଜଙ୍ଗଲ କିସମର ଯୋଗ୍ୟ ଜମି ପ୍ଲଟ ନମ୍ବର ୬୧୫ ଜାଗାକୁ କବର କରିବା ସକାଶେ ନୂତନ ସ୍ଥାନ ଚିହ୍ନଟ କରାଗଲା ପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ହସ୍ତାନ୍ତର କରାଯାଇଥିଲା l ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ ମୃତ ବ୍ୟକ୍ତିଙ୍କୁ କବର ଦେଇଥିଲେ l ଏଥିରେ ଶ୍ରୀ ଭବାନୀ ଶଙ୍କର ମିଶ୍ର ତହସିଲଦାର, ଶ୍ରୀ ପ୍ରମୋଦ କୁମାର ନାୟକ,ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଏବଂ ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସେସନର ସଭାପତି ରେଭ ପ୍ରଦୀପ କୁମାର ନନ୍ଦ, ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ଡାବୁଗାଁ ବ୍ଲକର କୋଡିନେଟର ରେଭ ବିଜୟ କୁମାର ସୁନ୍ଦରମଣି, ରେଭ ବିପିନ କୁମାର ଡଙ୍ଗରି, ପାଳକ କାମଦେବ ଜାଲ, ପାଳକ ଗୋଲକ ଖଣ୍ଡପାଣି ସହ ପ୍ରାୟ ଶତାଧିକ ଲୋକ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ ଡାବୁଗାଁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ ମସୀହା ନିୟୁଜ୍

 

Related posts

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

Sunil Chandra Nayak

Leave a Comment

error: Content is protected !!