ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଓ ସ୍କୁଲ ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୭/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ଗୁରବାର ବନ ମହୋତ୍ସବ ଓ ସ୍କୁଲ ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ସ୍କୁଲ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ସିଟିଜନ ଫୋରମ ର ବରିଷ୍ଠ କର୍ମକର୍ତ୍ତା ଶିକ୍ଷାବିତ୍ ତ୍ରିନାଥ ଠାକୁର, ମିନିକେତନ ପ୍ରଧାନୀ, ଜଗବନ୍ଧୁ ମାଝୀ, କେଶବ ଚନ୍ଦ୍ର ନାଏକ ସମେତ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ଓ ସ୍କୁଲ ପରିଚାଳନା କମିଟିର ସଭ୍ୟ ସଭ୍ୟା ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହି ଅବସର ରେ ଅତିଥିମାନେ ସ୍କୁଲ ନିରାପତ୍ତା ସହ ବୃକ୍ଷରୋପଣ ର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଥିଲେ। ଦିନ କୁ ଦିନ ପରିବେଶ ନଷ୍ଟ କାରଣ ରୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି ଏଣୁ ଆମେ ପରିବେଶ ଓ ପ୍ରକୃତି କୁ ସନ୍ତୁଳନ ରଖିବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଲ୍ପ,ଏହା ବ୍ୟତୀତ ସ୍କୁଲ ରେ ଶୃଙ୍ଖଳିତ ଓ ସମାୟାନୁବର୍ତ୍ତିତା ଜୀବନ ଛାତ୍ରଛାତ୍ରୀ ଙ୍କ ପାଇଁ ଆଗକୁ ବଢ଼ିବାରେ ସହାୟକ ହୁଏ ବୋଳି ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମ କୁ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ପରିଚାଳନା କରିଥିବା ବେଳେ ଶିକ୍ଷକ ଚିତ୍ତରଞ୍ଜନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

Sunil Chandra Nayak

ସାମାନ୍ୟ କଥାକୁ ନେଇ ଛୁରାମାଡ , ଜଣେ ମୃତ, ୩ ଗୁରୁତ

Sunil Chandra Nayak

ସଫଳା ଦାସ ଙ୍କ କବିତା ତୁମେ ଏମିତି କାହିଁକି ଆସ

Sunil Chandra Nayak

Leave a Comment

error: Content is protected !!