ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପି ସି ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ

ନବରଙ୍ଗପୁର 19 09 22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ପାତ୍ରପୁଟ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।ଗତକାଲି ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାର ନୂତନ ପି ସି ସି ସଦସ୍ୟ ଙ୍କୁ ସ୍ୱାଗତ କରାଯିବା ସହ ନୂତନ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ପ୍ରଦେଶ କଂବ୍ରେସ ସଭାପତି ଶରତ ପଟନାୟକ ଗ୍ରାମାଞ୍ଚଳରେ ଦଳ କିପରି ସୁଦୃଢ଼ ହେବ ସେଥିପାଇଁ କଣ ପଦକ୍ଷେପ ନେବାକୁ ପଡିବ ବୁଝାଇ ଥିଲେ। ଦିଲୀପ ଙ୍କ ଭଳି ଯୁବକ ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପି ସି ସି ସଭ୍ୟ ଚୟନ କରାଯାଇଥିବାରୁ ବ୍ଲକ ରେ କର୍ମୀ ମହଲରେ ଆନନ୍ଦ ଖେଳି ଯାଇଛି। ଏଥିପାଇଁ ଦିଲୀପ ଦଳର ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ,ପି ସି ସି ସଭାପତି ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ,କୋରାପୁଟ ସାଂସଦ ସପ୍ତ ଗିରି ଉଲାକା ଙ୍କୁ କୃତଜ୍ଞତା ଜଣାଇଛନ୍ତି। ।

ନବରଙ୍ଗପୁର ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ

Related posts

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ମ.ରାମପୁରର କୁନିଝିଅ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କଲେ

Sunil Chandra Nayak

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!