ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ :ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,ଶୁଣିଲେ 45 ଅଭିଯୋଗ

 ତେନ୍ତୁଳିଖୁଣ୍ଟି ୧୯/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସମୁଦାୟ 45 ଟି ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରୁ 36 ଟି ବ୍ୟକ୍ତିଗତ ଓ 9 ଟି ସମୂହ ଅଭିଯୋଗ ରହିଥିଲା। ଅଁଳା ଭଟ୍ଟା ସରପଞ୍ଚ କାର୍ତ୍ତିକ ମୁଦୁଲି ପଂଚାୟତ ର ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ତିନି ମସର ଚାଉଳ କେବେ ହିତାଧିକାରୀ ପାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଅଁଳା ଭଟ୍ଟା ରେ ଜଳଯୋଗାଣ ବ୍ୟବସ୍ଥା ରେ ମୋଟର ଚୋରି ହୋଇଥିବା ଏବଂ ମୋଟର ନଥିବାରୁ ଜଳଯୋଗାଣ ବ୍ୟବସ୍ଥାରେ ବାଧା ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଉକ୍ତ ପଂଚାୟତ ରେ ପଂଚାୟତ କାମ କରି ବିଲ ପାଇ ନଥିବା ନେଇ ଅଭିଯୋଗ ଆସିଥିଲା। ସେହିଭଳି ପରଜା ବାରଙ୍ଗ ପଦର ଗ୍ରାମ ପଂଚାୟତ ର ବିଜୟ ଝଡ଼ିଆ, ଯଦୁ ଝଡ଼ିଆ ଓ ୱାର୍ଡ ସଭ୍ୟ ସାନିଆ ଝଡ଼ିଆ କାମ କରି ଦୀର୍ଘ 7ମାସ ହେବ ବିଲ ପାଇ ନଥିବା ଓ ସ୍ଥାନୀୟ ସରପଞ୍ଚ ଉଦେଶ୍ୟ ମୂଳକ ଭାବେ ବିଲ ରେ ବାଧକ ସାଜିଥିବା ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ତଦନ୍ତ କରି ବିଲ ପାଇବା ବ୍ୟବସ୍ଥା କରିବାକୁ କହିଥିଲେ। ତିନି ଜଣ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଅର୍ଥ ପାଇଁ ଓ ଘର ଡିହ ପଟ୍ଟା ପାଇଁ କିଛି ଆବେଦନ କରିଥିଲେ। ଗୌଡ଼ ଦେଓପାଲି ସରପଞ୍ଚ ଅବ୍ୟବହୃତ ହୋଇ ପଡ଼ିଥିବା ଛାତ୍ରାବାସ କୋଠା କୁ ପଂଚାୟତ କୁ ଦେଇ ସେହି କୋଠା କୁ ପର୍ଯ୍ୟଟକ ଙ୍କ ଅତିଥି ଭବନ ଭାବେ ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ। ଏ ବିଷୟରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ପରଜା ଦେଓପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ ପାଇଁ ସରପଞ୍ଚ ପ୍ରମିଳା ମୁଦୁଲି ଅନୁରୋଧ କରିଥିଲେ। ପର୍ଯ୍ୟୟକ୍ରମେ ସମାଧନ କରାଯାଉଛି ବୋଲି କହିଥିଲେ। ପଞ୍ଚାୟତ ସରପଞ୍ଚ ଙ୍କୁ କନିଷ୍ଠ ଯନ୍ତ୍ରୀ ଗୁରୁତ୍ୱ ଦେଉ ନାହାଁନ୍ତି କି ଆଜି ପର୍ଯ୍ୟନ୍ତ ସରପଞ୍ଚ ଙ୍କ ସହ ସୌଜନୟମୂଳକ ସାକ୍ଷାତ ମଧ୍ୟ କରି ନାହାନ୍ତି କିନ୍ତୁ ବିଲ କରୁଛନ୍ତି । ଏଭଳି ଅଭିଯୋଗ ଆଣିଥିଲେ ଗୌଡ଼ ଦେଓପାଲି ସରପଞ୍ଚ। କନିଷ୍ଠ ଯନ୍ତ୍ରୀ ଙ୍କୁ ଡାକି ତାଗିଦ କରିଥିଲେ ଜିଲ୍ଲା ପାଳ। ପରଜା ବାରଙ୍ଗ ପଦର ଗ୍ରାମ ର ନଦୀ ପାର୍ଶ୍ଵ ଜମି ରେ ଉଠା ଜଳ ସେଚନ ମାଧ୍ୟମରେ ଜଳ ବ୍ୟବସ୍ଥା ପାଇଁ ରାଜେଶ ଟା କ୍ରୀ ଅନୁରୋଧ କରିଥିଲେ। ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ମାସିକ ବୈଠକ ରେ ବିଶୃଙ୍ଖଳା କରୁଥିବା ନେଇ ଅଭିଯୋଗ ଆସିଥିଲା ନାଏବ ସରପଞ୍ଚ ଙ୍କ। ଏଭଳି ହେଲେ ତତ୍କାଳ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ଏହା ଉଦାହରଣ ସୃଷ୍ଟି କରିବ ଆ ଉ କେହି ବୈଠକରେ ଗଣ୍ଡଗୋଳ କରିବେନି ବୋଲି ଜିଲ୍ଲାପାଳ କହିଥିଲେ।।ଆଜିର ଶୁଣାଣି ରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ , ଏ ଡି ଇ ଓ ବିଶ୍ଵନାଥ ସାହୁ,ବି ଇ ଓ ବିରେନ୍ଦ୍ର କୁ ପାଢ଼ୀ, ସି ଡି ଏଚ ଓ ଜି ଭେଙ୍କଟ ରେଡି,ସି ଏସ ଓ ସଂଜୀବ ସାହୁ, ଡି ଏଫ ଓ ଜି ଜଗଦୀଶ ରାଓ, ଏ ଡି ଏମ ଓ ନୀଳମଣି ଦିଲିପ ଚାନ୍ଦ ବେହେରା,ଏସଡ଼ି ପି ଓ ଆଦିତ୍ୟ ସେନ, ଡି ଆଇ ପି ଆର ଓ ହଳଧର ନିଆଲ, ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର ପାଣି ,ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ,ଜିଲ୍ଲା ଶ୍ରମ ବିଭାଗର ସହକାରୀ ଅଧିକାରୀ, ବ୍ଲକ ପଶୁସମ୍ପଦ ବିଭାଗ ର ଅଧିକାରୀ ସହ ଅଧିକାରୀ ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ବ୍ଲକ ଉଦ୍ୟାନ ବିଭାଗର ଅଧିକାରୀ ଶିଶୁ ବିକାଶ ପ୍ରକଳ୍ପ ର ବ୍ଲକ ଅଧିକାରୀ, ଜିଲ୍ଲା ଏମ୍ପ୍ଲୟମେଣ୍ଟ ଅଧକାରୀ ସମେତ ଆର ଡବ୍ଲୁ ଏସ ଏସର କନିଷ୍ଠ ଯନ୍ତ୍ରୀ ସମେତ ବି ଡ଼ିଓ ଦୁର୍ଯୋଧନ ଭୋଇ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରେଣୁ ମାଝୀଙ୍କୁ ନ୍ୟାୟ – ଆମ ଆଦମୀ ପାର୍ଟିର ଗଣଧାରଣା ୨୧ ଦିନରେ ପହଞ୍ଚିଲା

Sunil Chandra Nayak

ରାଇରଙ୍ଗପୁର ରେ ୭ଟି ଆଦିବାସୀ ସଂଗଠନ ପକ୍ଷରୁ ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୨ ତମ ଶହୀଦ ଦିବସ ପାଳିତ

ଆମପାଣି ବୁଢାରଜା ମହାପ୍ରଭୁଙ୍କ ପ୍ରସିଦ୍ଧ ଦଶ୍‌ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!