ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଠିକା କମ୍ପାନୀ ଜେ ଏମ ସି କାମ ରେ ଜନତା ହଇରାଣ ,ବାଟରେ ଅଟକୁଛି ଆମ୍ବୁଲାନ୍ସ

 ତେନ୍ତୁଳିଖୁଣ୍ଟି 19/09/22 ସଭିଙ୍କୁ ଜଳ ଯୋଗାଇବା ପାଇଁ ଦୁଇ ବର୍ଷ ତଳେ ଠିକା କମ୍ପାନୀ ଜେ ଏମ ସି ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକ ପାଇଁ କାମ ପାଇଛି ,କାମ କରୁଛି। କିନ୍ତୁ ପାଇପ ବିଛାଇବା କୁ ହେଉ କି ଭାଲବ ବସାଇବା କୁ ଖୋଳୁଥିବା ଗର୍ତ୍ତ ସଙ୍ଗେ ସଙ୍ଗେ ପୂର୍ଣ୍ଣ କରି ହାଲକା ହୋଇଥିବା ମାଟି କୁ ପ୍ରେସର ଦେଇ ପୋତା ଯାଉ ନଥିବାରୁ ରାସ୍ତା ପାର୍ଶ୍ଵ ପାଇପ ବିଛାଇବା ପାଇଁ ଖୋଳା ଯାଇ ହାଲକା ମାଟି ରେ ସାଧାରଣ ବଣ୍ଟନ ସାମଗ୍ରୀ ବୋଝେଇ ଟ୍ରକ ,ପ୍ରୋଜେକ୍ଟ ର ଗେଟ କାମ ପାଇଁ ଆସିଥିବା ଗାଡି ଚକା ଦବୀ ରାସ୍ତା ଅବରୋଧ ହେଉଛି। ଗର୍ଭବତୀ ମହିଳା ହେଉ ଅବା 108 ଆମ୍ବୁଲାନ୍ସ ଏଥିପାଇଁ ଅସୁବିଧା ଭୋଗ କରୁଛନ୍ତି । ଗତ ସପ୍ତାହ ରେ ପରଜା ଦେଓପାଲି ଠାରେ ପି ଡି ଏସ ବୋଝେଇ ଟ୍ରକ ଚକ ଦବୀ ରାସ୍ତା ଦୁଇ ଦିନ ଅବରୋଧ ହୋଇଥିଲା। ଗତକାଲି ଇନ୍ଦ୍ରାବତୀ ପ୍ରକଳ୍ପ ର ଗେଟ କାମ ର ଜିନିଷ ଧରି ଫେରୁଥିବା ବେଳେ ଟ୍ରକ ଚକା ସାପମୁଣ୍ଡ ମନ୍ଦିର ନିକଟରେ ଅଟକିଲା। ରାସ୍ତା ଅବରୋଧ ଯୋଗୁ ଗତକାଲି ଠାରୁ ଆଜି 11 ଟା ପର୍ଯ୍ୟନ୍ତ ସାଧାରଣ ଜନତା ଅସୁବିଧା ଭୋଗିଛନ୍ତି। ଆଜି ସକାଳେ 108 ଆମ୍ବୁଲାନ୍ସ ରୋଗୀ କୁ ଆଣି ବାକୁ ଯାଇ ପାରି ନଥିଲା। ଆଜି ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ କମ୍ପାନୀର ହାଇଦ୍ରା ଗାଡି ଆଣି ଗାଡି କୁ କାଢି ରାସ୍ତା ଅବରୋଧ ହଟାଇଥିଲେ। ଏଣୁ ଜିଲ୍ଲା ର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ଯନ୍ତ୍ରୀ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କଲେ ଏଭଳି ସ୍ଥିତି ରୁ ମୁକ୍ତି ମିଳିଥାନ୍ତା। ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

Sunil Chandra Nayak

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଦଶ ଦିନାତ୍ମକ ଦୁର୍ଗାପୂଜା ପାଇଁ  ଲଡୁଗାଁ ରେ କଳସ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!