ମ.ରାମପୁର,୦୪/୧୧(ମସୀହା): ମ.ରାମପୁର ବ୍ଲକ୍ ଶିକ୍ଷା ବିଭାଗ ତରଫରୁ ସ୍ଥାନୀୟ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ପରିସରରେ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ଚରଣ ସାହୁ ଶୁଭାରମ୍ଭ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର କୁମାର, ବିଆରସିସି ଜୟସେନ ନିଆଲ ଏବଂ ୧୭ ଗୋଟି କ୍ଲଷ୍ଟର ର ସିଆରସିସି ଓ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ ଯୋଗଦାନ କରିଥିଲେ l ଏଥିରେ ବିଦ୍ୟାଳୟ ଗୁଡିକରେ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଗୀତ, ନାଚ ବକୃତା, ପ୍ରବନ୍ଧ, କୁଇଜ ତଥା ଅନ୍ୟାନ୍ୟ ପ୍ରତିଯୋଗିତା ରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ସରପଞ୍ଚ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ଓ ଏବିଓ ବେଣୁଧର କୁମାରଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ବିଇଓ ର କର୍ମଚାରୀ ତ୍ରିଲୋଚନ ସୁନା, ମିନେଶ କୁମାର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ମୋହନ ଶଙ୍କର ପଧାନ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମେନେଜର ସାହୁ l
ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l