ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

ସାଧୁସନ୍ଥଙ୍କ ଚରଣେ କରଇ ପ୍ରଣାମ
ଭୁବନ ଦାଣ୍ଡ ସାଜିଛି ଗୋପ ବୃନ୍ଦାବନ
ସନ୍ଥ ଗୋସ୍ବାମୀ ରମଣାନନ୍ଦ ସରସ୍ଵତୀ 
ଆସିଛନ୍ତି ଭୁବନକୁ ବାଣ୍ଟିବାକୁ ଶାନ୍ତି
ଜ୍ଞାନସିକ୍ତ ବାଣୀସ୍ପୁରେ ମହାତ୍ମା ମୁଖରୁ
ଶାନ୍ତି ବାର୍ତ୍ତା ବହିଆସେ ମୁଖ ମଣ୍ଡଳରୁ
ମାନବସେବା କରନ୍ତି କଲ୍ୟାଣ ବାଣ୍ଟନ୍ତି
ଯୁଗପୁରୁଷ ଯୋଗଜନ୍ମା ସନ୍ଥ ସେ ଅଟନ୍ତି
ଅମୃତବାଣୀ ସିଞ୍ଚନ୍ତି ବରଷଇ ମଧୁ
ହୋଇଛନ୍ତି ଉପସ୍ଥିତ ବୃନ୍ଦାବନ ସାଧୁ
ଭୂବନେ ରାଧାକୃଷ୍ଣଙ୍କ ବାଣୀ ରସସିକ୍ତ
ପିଅନ୍ତି ଭକତ ବୃନ୍ଦ ହୋଇ ଆନନ୍ଦିତ
ଜ୍ଞାନ ଯଜ୍ଞର ମହିମା ଅପୂର୍ବ ମଣ୍ଡଣୀ
ଶିହରଣ ଖେଳିଯାଏ ଶୁଣି ସାଧୁବାଣୀ
ବହୁ ସାଧୁ ଉପସ୍ଥିତ ଦିଶେ କେଡେ ଶୋଭା
ଭୁବନେ ଉଇଁ ଆସିଛି ପୂର୍ଣ୍ଣଚନ୍ଦ୍ର ଅବା
ଆସଆସ ସର୍ବେ ନେବା ଜ୍ଞାନର ଆଳତି
ଜୀବ ପରମ ଲଭିବେ ଶାନ୍ତି ସହ ତୃପ୍ତି
ଅଲୌକିକ ଶୋଭା ସାଥେ ଜ୍ଞାନ ବିବରଣୀ
ହୋଇବ ଜନ୍ମ ସାର୍ଥକ ସନ୍ଥବାଣୀ ଶୁଣି
ଆସଆସ ଭକ୍ତ ସର୍ବେ ହୋଇଣ ଏକତ୍ର
କଳିରେ ଲଭିବା ଗତି, ମୁକ୍ତି,ମୋକ୍ଷ, ତତ୍ତ୍ଵ
ସାଧୁସନ୍ଥ ବାଣୀ ଶୁଣି ହୋଇବା କୃତାର୍ଥ
ଆତ୍ମା ସାଥେ ପରମାତ୍ମା ଲଗାଇଣ ଚିତ୍ତ
ସ୍ୱାର୍ଥ ଜଡ଼ିତ ଦେହକୁ ଆହୁତି ହେ ଦେବା
ଭାଗବତ ଗୀତାବାଣୀ ସାର୍ଥକ ଲଭିବା
ଧନ୍ୟ ପବିତ୍ର ପୁରୁଷ ଧନ୍ୟ ହେ ଚରିତ୍ର
ଶିକ୍ଷା ଦେଇ ସତ ମାର୍ଗ ଖଣ୍ଡୁଛ ଦୂରିତ
ଲୋମ ପୁଲ୍ଲକିତ ହୁଏ ଶୁଣି ପ୍ରଭୂ ବାଣୀ
କର୍ମ ଯୋଗ ମୋକ୍ଷ ଜ୍ଞାନ କର୍ଣ୍ଣ ମଧ୍ୟେ ଶୁଣି
ହେ ଦିବ୍ୟାତ୍ମା ହେ ମହାତ୍ମା କରନ୍ତୁ ଆଶିଷ
ପୂର୍ବ ପରି ହସି ଉଠୁ ଏ ଭାରତ ବର୍ଷ
ନିମ୍ନ ଗତି ମାନବକୁ ଉର୍ଦ୍ଧ୍ଵଗତି ଦେଇ
ଜୀବ ମୋକ୍ଷେ ଜ୍ଞାନ ବାବା ଦିଅନ୍ତୁ ଚେତାଇ
ଭାଗବତ ଗୀତାଜ୍ଞାନ ବିଲୁପ୍ତ ହୁଅଇ
ପୁନରୁଦ୍ଧାର କରନ୍ତୁ ବ୍ୟାସଦେବ ହୋଇ
ଏତିକି କରେ ମାଗୁଣି ମିନତି ମୋହର
ଗୋପ ବୃନ୍ଦାବନ ହେଉ ଭୁବନ ଆମର
ଏହିପରି ଉଡୁଥାଉ ତୁମ ଯଶବାନା
ଏତିକି ମାଗୁଣି ମୋର କରନ୍ତୁ ହେ ଘେନା
ଚରଣ ତଳେ ଅଧମ କରୁଛି ପ୍ରଣତି
ଆସ ସାଧୁସନ୍ଥ ଏ ଧାମେ ଭରିଯାଉ ଶାନ୍ତି ll

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

Leave a Comment

error: Content is protected !!