ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ପୁଣ୍ୟ ନୀଳାଚଳ

ସକାଳର ଜଣାଣ

ପୁଣ୍ୟ ନୀଳାଚଳ

 ବିଜୟ କୁମାର ଜେନା

କି ସୁନ୍ଦର ମୋର ଓଡ଼ିଶା ପ୍ରଦେଶୄ
      ତହିଁ ପୁଣ୍ୟ ନୀଳାଚଳ
ଚାରି ଧାମ ମଧ୍ୟେ ମାନ୍ୟତା ପାଇଛି
    କେହି ନାହିଁ ରସାତଳ।
ଶ୍ରୀ ମନ୍ଦିରେ ପରା ନେତ ଉଡୁଅଛି
     ପତିତ ତାରଣ ପାଇଁ
ଜଗତର ନାଥ ବିଜେ ହୋଇଛନ୍ତି
   କାଳିଆ ରାଜା ବୋଲାଇ।
ସୁନୀଳ ଗଗନେ ଦିବସ କାଳରେ
     ସୂରୁଜ ସଦା ପ୍ରସନ୍ନ
ଶ୍ରୀମନ୍ଦିର ଛାଇ ନ ପଡେ କେଉଁଠି
   ବହେ ମନ୍ଦ ପ୍ରଭଞ୍ଜନ।
ପ୍ରାଚୀର ଯାହାର ଅଟେ ମେଘନାଦ
     ଅଦୂରରେ ମହୋଦଧି
ଗର୍ଜନ ତର୍ଜନ କିଛି ଶୁଭେ ନାହିଁ
       ପ୍ରଭୁଙ୍କର ଏହି ବିଧି।
ଯେମିତି ଭାବନା ଯେମିତି କଳ୍ପନା
     କରି ଥାନ୍ତି ଭକ୍ତ ଜନ
ମନ ଜାଣି ଜଗା ଫଳ ଖଞ୍ଜିଥାନ୍ତି
  ଏ ନୁହେଁ ମିଛ କାହାଣୀ।
ଅନ୍ତର ଭିତର ଅନ୍ତର ବାହାର
    କରିଦେଇ ଏକାକାର
ଜୀବନ ହୋଇବ ଅନିନ୍ଦ୍ୟ ସୁନ୍ଦର
     ଭଜ ତାଙ୍କୁ ବାର ବାର।

   ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ଉନ୍ନତ ପ୍ରଣାଳୀରେ ସଜନା ଚାଷ ପାଇଁ ସମାବେଶ

Sunil Chandra Nayak

ଦ୍ୱତୀୟ ତମ ଖଗପତି ପାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଟ ୨୦୨୨-୨୩ ପଞ୍ଚମ ଦିନରେ

Sunil Chandra Nayak

ମଧୁ ସୁଦନ ମହାପାତ୍ର ଙ୍କ କବିତା ହକ୍, ପାଇଁ

Sunil Chandra Nayak

Leave a Comment

error: Content is protected !!