ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

ତୁମ୍ଭେ ହିଁ ସହାୟ ହୁଅ

ଆହେ ଗଜାନନ ଗଣପତି ତୁମେ
ସୃଷ୍ଟିର ଆଦ୍ୟ ଦେବତା
ତବ ପାଦ ପଦ୍ମେ ଏ ଅଜ୍ଞ ଜୀବନ
ଭକ୍ତିରେ ନୁଆଁଏ ମଥା ll
ତୁମେ ବୁଦ୍ଧି ଦାତା ତୁମେ ଶୁଦ୍ଧି ଦାତା
ତୁମେ ଜ୍ଞାନର କରତା
କର ପ୍ରଭୁ ଥରେ କୃପାମୟ ବୃଷ୍ଟି
ହେବାକୁ ଜଗତ ଜିତା ll
କାୟ, ମନ, ବାକ୍ୟ ଶୁଦ୍ଧ ପୁତ ହେଉ
ଶୁଦ୍ଧ ହେଉ ନେତ୍ର ଦୃଶ୍ୟ
ଶୁଦ୍ଧ ପୁଣି ହେଉ ଶ୍ରବଣ, ଆଘ୍ରାଣ
ପାଇ ତୁମ୍ଭରି ଆଶିଷ ll
ବାଧା, ବିଘ୍ନ, ସବୁ ଦୂର କର ପ୍ରଭୁ
ଜଗତ ଉଦ୍ଧାର ପାଇଁ
ଜଗତ ଜୀବନ ସବୁରି ପରାଣ
ଦୁଃଖରେ ନ ରହୁ କେହି ll
ସତ୍ୟ, ସଦ୍ଭାବନା,ସାହସ, ଶକତି
ମନରେ ସଞ୍ଚାଇ ଦିଅ
କିଛି କରିବାକୁ ନିଜ କର୍ମ ବଳେ
ତୁମେ ହିଁ ସହାୟ ହୁଅ ll

ନବ କୁମାର ଦାସ

ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା  ରଜ ତତ୍ତ୍ୱ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରୀ ପୂଜା ରାଣୀ ନାୟକ, ବଖାଣପୁର ,ଯାଜପୁର       ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!