ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ ଙ୍କୁ କବି କାଞ୍ଚନ ସମ୍ମାନ

ମସିହା ବ୍ୟୁରୋ _ଅଦ୍ୟ ତା 06.11.2022 ରିଖ ରବିବାର ଦିନ ଭୁବନେଶ୍ୱର ଠାରେ କନିକା କଲମ ଅନୁଷ୍ଠାନ ତରଫରୁ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମ୍ପାଦକ କବି ତଥା ଆଇନଜୀବି ପ୍ରକାଶ ଚନ୍ଦ୍ର ରାଉତ କବି କାଞ୍ଚନ ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି |ଭୁବନେଶ୍ୱର ସ୍ଥିତ ଓସା ହାଉସ ଠାରେ କନିକା କଲମ ର ସଭାପତି ତଥା ସୋଆ ବିଶ୍ୱ ବିଦ୍ୟାଳୟ ର ଡେପୁଟି ଡାଇରେକ୍ଟର ଡଃ ଶରତ କୁମାର ସାମଲଙ୍କ ସଭାପତିତ୍ୱ,ସମ୍ପାଦକ ଶ୍ରୀଯୁକ୍ତ ମାନସ ଦାସ @କବି କୁମାର ଲିଟନ ଙ୍କ ସମ୍ପାଦକୀୟ, ଦେବେନ୍ଦ୍ର ରାଉଳ ଙ୍କ ଅତିଥି ପରିଚୟ ରେ ଆୟୋଜିତ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାକ୍ତର ରମେଶ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଓଡିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତି କବି ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତି ଏବଂ ସମ୍ମାନୀତ ଅତିଥି ଭାବେପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ହୃଦୟ ବଲ୍ଲଭ ସାମନ୍ତରାୟ ଯୋଗ ଦେଇଥିଲେ |ବହୁ ଗଣମାନ୍ୟ ସାହିତ୍ୟିକ ଏବଂ ସମାଜ ସେବୀ ଙ୍କ ଗହଣ ରେ ଅନୁଷ୍ଠାନ ର ବାର୍ଷିକ ମୁଖପତ୍ର କନିକା କଲମ ଉନ୍ମୋଚିତ ହୋଇଥିବା ବେଳେ ଢେଙ୍କାନାଳ ମାଟିର କବି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ଙ୍କୁ ମାନ ପତ୍ର ଏବଂ ଉପଢୌକନ ଦେଇ ଅତିଥି ମାନେ ଅନୁଷ୍ଠାନ ତରଫରୁ ସମ୍ମାନୀତ କରିବା ସହ କବି କାଞ୍ଚନ 2022 ଉପାଧି ରେ ଭୂଷିତ କରିଥିଲେ |ଉକ୍ତ ଉତ୍ସବ ରେ ପ୍ରକାଶ ଚନ୍ଦ୍ର ରାଉତ ଙ୍କ ସହ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି,ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, ଚରୈବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ, ସହ ପ୍ରମୁଖ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ,ଫୋରମ ର ସାମାଜିକ କାର୍ଯ୍ୟକ୍ରମ ସହ ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିନୋଦ ମଲ୍ଲିକ ପ୍ରମୁଖ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଉପସ୍ଥିତ ଥିଲେ |କବି ପ୍ରକାଶ ଚନ୍ଦ୍ର ରାଉତ ଙ୍କ ଏହି ସମ୍ମାନ ଢେଙ୍କାନାଳ ଜିଲ୍ଲା ତଥା ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଇଁ ଖୁସି ର ଖବର ଅଟେ |

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ନନ୍ଦଙ୍କ କୋଳରେ କଳାଗୋବିନ୍ଦ

Sunil Chandra Nayak

ଉତ୍କଳ ରତ୍ନ ପ୍ରତିଭା ସମାରୋହ ଆସନ୍ତା ୧୦ରେ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

Leave a Comment

error: Content is protected !!