ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ର ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ରାଉରକେଲା/ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଦ୍ବାରା ପରିଚାଳିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୪ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ୨୮୩, କଚାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୦,କୁଆରମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିର ରେ ୧୮୫ ଓ ବେଦବ୍ୟାସ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୩୦, ମୋଟ ୮୯୮ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଡଃ ଉମାକାନ୍ତ ପଣ୍ଡା,ସହ ସଂପାଦିକା ନିରୁପମା ପତି,ସଦସ୍ୟ ସୁଶାନ୍ତ ନାୟକ,କନକଲତା ମିଶ୍ର,ଗୀତାରାଣୀ ବେହେରା,ଗୌରୀ ନାଗ , ସାର୍ଥକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେକ୍ଟର ୬ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଓ ଶିଶୁମନ୍ଦିରର ସମସ୍ତ ଗୁରୁମା,ଗୁରୁଜୀ , କୁଆରମୁଣ୍ଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ଜନ୍ମେଞ୍ଜୟ ସୁଆର ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ,କଚାରୁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ମହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦବ୍ୟାସ ସ୍ଥିତ ବେଦବ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରଥମରୁ ପଞ୍ଚମ ଶ୍ରେଣୀ କନିଷ୍ଠ ବିଭାଗକୁ ‘ସକାଳର ପ୍ରାକୃତିକ ଦୃଶ୍ୟ ‘ଓ ବରିଷ୍ଠ ବିଭାଗ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ସଂଧ୍ୟା ବେଳର ପ୍ରାକୃତିକ ଦୃଶ୍ୟ ‘ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଦୀପ କୁମାର ମିଶ୍ର ଓ ଅରିଜିତା ଦାସଗୁପ୍ତା ବିଚାରକ ଭାବେ ମୂଲ୍ୟାୟନ କରିବେ ବୋଲି ଜଣାପଡ଼ିଛି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଗଉରୀ ନନ୍ଦନ

Sunil Chandra Nayak

ପାଣିରେ ପଡି ଯୁବକର ମୃତ୍ୟୁ, ସନ୍ଦେହରେ ପରିବାର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୁରୁଙ୍କୁ ବସାଇ ଆସନେ

Sunil Chandra Nayak

Leave a Comment

error: Content is protected !!