ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଏବେ ଘୂର୍ଣ୍ଣିଝଡେ ଘର ଗଲା ଉଡ଼ି

    ଖୋଲା ନଭ ତଳେ ପଡି

ବିତୁଛି ସଂସାର ଏବେ ଦେଖି ପାର

     କେଉଁ କାଳ ମୋର ପେଡ଼ି।

ତୁମେ ତ ମୋ ପ୍ରଭୁ ସଦା କାଳେ ଥିବ

     ବିପଦେ କର ଉଦ୍ଧାର

ଭକତ କାନ୍ଦୁଛି ତୋହରି ଦୁଆରେ

   ତାକୁ ଟିକେ ଦୟା କର।

ପ୍ରକୃତି ବିପଦ ତୁମେ ମୋ ସଂପଦ

   ଶତ୍ରୁ ରକ୍ଷା ତୁମ ହାତେ

ଟିକେ ଆଶିର୍ବାଦ ଗରିବ କପାଳେ

   ଦୁଃଖ ଦୂର ଜଗନ୍ନାଥେ।

ଅଭାବ କଷଣ ଗରିବ ଖାତାରୁ

   କେବେ ପ୍ରଭୁ ହବ ଲୋପ

ଜୀବନ ସଂଗ୍ରାମ ବଞ୍ଚିବାକୁ ହବ

       କୁକାମ କର ଯେ ମାପ।

ତୁମେ ଥିଲେ ପ୍ରଭୁ କିଏ ନାହିଁ ଡର

     ତୁମେ ମୋ ସାହସ ବନ୍ଧୁ

ଭାବ ଥିବ ବନ୍ଧୁ ଯିବା ଆସିବାର

    ସଂପର୍କ ର କୃପାସିନ୍ଧୁ।

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

ଗ୍ରାମପଞ୍ଚାୟତ ପରିସର ସାଜିଛି ଗାଈଗୋଠ ସଦୃଶ୍ୟ ପରିବେଶ ପ୍ରତି କାହାରି ନିଘା ନାହିଁ

Sunil Chandra Nayak

ଭାପୁର ପଞ୍ଚାୟତର ଡ୍ରାଇଭର୍ ମହାସଂଘ ର ମହାନତା

Sunil Chandra Nayak

Leave a Comment

error: Content is protected !!