ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଏବେ ଘୂର୍ଣ୍ଣିଝଡେ ଘର ଗଲା ଉଡ଼ି
ଖୋଲା ନଭ ତଳେ ପଡି
ବିତୁଛି ସଂସାର ଏବେ ଦେଖି ପାର
କେଉଁ କାଳ ମୋର ପେଡ଼ି।
ତୁମେ ତ ମୋ ପ୍ରଭୁ ସଦା କାଳେ ଥିବ
ବିପଦେ କର ଉଦ୍ଧାର
ଭକତ କାନ୍ଦୁଛି ତୋହରି ଦୁଆରେ
ତାକୁ ଟିକେ ଦୟା କର।
ପ୍ରକୃତି ବିପଦ ତୁମେ ମୋ ସଂପଦ
ଶତ୍ରୁ ରକ୍ଷା ତୁମ ହାତେ
ଟିକେ ଆଶିର୍ବାଦ ଗରିବ କପାଳେ
ଦୁଃଖ ଦୂର ଜଗନ୍ନାଥେ।
ଅଭାବ କଷଣ ଗରିବ ଖାତାରୁ
କେବେ ପ୍ରଭୁ ହବ ଲୋପ
ଜୀବନ ସଂଗ୍ରାମ ବଞ୍ଚିବାକୁ ହବ
କୁକାମ କର ଯେ ମାପ।
ତୁମେ ଥିଲେ ପ୍ରଭୁ କିଏ ନାହିଁ ଡର
ତୁମେ ମୋ ସାହସ ବନ୍ଧୁ
ଭାବ ଥିବ ବନ୍ଧୁ ଯିବା ଆସିବାର
ସଂପର୍କ ର କୃପାସିନ୍ଧୁ।