ସ୍ମୃତି
ଅତୀତ ଜୀବନ ଘଟଣା ସମୁହ
ସ୍ମୃତି ହୋଇ ରହିଥାଏ
ଅଘଟଣ ଯାହା ଘଟିଥାଏ ସବୁ
ମନ ମଧ୍ୟେ ଘଣ୍ଟି ହୁଏ ॥
ବିଗତ ଆନନ୍ଦ ଅନୁଭବ ଯାହା
ମନେ ଯେବେ ଜାଗି ଥାଏ
ସେତ ସ୍ମୃତି ଭାବେ ହୃଦେ ଖୁସି ଭରି
ମନକୁ ଶାନ୍ତନା ଦିଏ ॥
ପାଇବାର ଇଚ୍ଛା ଅକୁହା ବେଦନା
ଅତୀତରେ କିଛି ଥିଲେ
ଯନ୍ତ୍ରଣା ରୂପରେ ମାନସ ପଟରେ
ଚିତ୍ର ପରି ଭାଷି ବୁଲେ ॥
ବାଲ୍ୟ ଯୋଉବନେ ଘଟିଥାଏ ଯାହା
ସ୍କୃତି ହୋଇ ରହେ ମନେ
ବେଶୀ ମନେପଡ଼େ ପ୍ରେମିକ ପ୍ରେମିକା
ସଂମ୍ପର୍କ ଥିଲେ ଜୀବନେ ॥
ସ୍କୃତି ହୋଇ ଭାଷେ ଅଧୁରା ସପନ
ପୂରଣ ହୋଇନଥିଲେ
ସ୍କୃତି ସେହି ଅଟେ ଜୀବନ କାଳରେ
ନିଜ ଲୋକ ହରାଇଲେ ॥
ଅଲୌକିକ ସ୍ମୃତି ଦିବ୍ୟ ଅନୁଭୂତି
ଜୀବନର ଶ୍ରେଷ୍ଠ ପୁଣ୍ୟ
ସାତ୍ତ୍ୱିକ ଚେତନା ଜାଗରିତ କରେ
ମାନବ ହୁଅଇ ଧନ୍ୟ ॥
ରତିନାରାୟଣ ରାଉତ
ହରିଚନ୍ଦନପୁର , କେନ୍ଦୁଝର। ଓଡ଼ିଶା