ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ସ୍ମୃତି

ସ୍ମୃତି

 

ଅତୀତ ଜୀବନ ଘଟଣା ସମୁହ

      ସ୍ମୃତି ହୋଇ ରହିଥାଏ

ଅଘଟଣ ଯାହା ଘଟିଥାଏ ସବୁ

      ମନ ମଧ୍ୟେ ଘଣ୍ଟି ହୁଏ ॥  

ବିଗତ ଆନନ୍ଦ ଅନୁଭବ ଯାହା

       ମନେ ଯେବେ ଜାଗି ଥାଏ

ସେତ ସ୍ମୃତି ଭାବେ ହୃଦେ ଖୁସି ଭରି

       ମନକୁ ଶାନ୍ତନା ଦିଏ ॥

ପାଇବାର ଇଚ୍ଛା ଅକୁହା ବେଦନା

      ଅତୀତରେ କିଛି ଥିଲେ

ଯନ୍ତ୍ରଣା ରୂପରେ ମାନସ ପଟରେ

      ଚିତ୍ର ପରି ଭାଷି ବୁଲେ ॥

ବାଲ୍ୟ ଯୋଉବନେ ଘଟିଥାଏ ଯାହା

      ସ୍କୃତି ହୋଇ ରହେ ମନେ

ବେଶୀ ମନେପଡ଼େ ପ୍ରେମିକ ପ୍ରେମିକା

       ସଂମ୍ପର୍କ ଥିଲେ ଜୀବନେ ॥

ସ୍କୃତି ହୋଇ ଭାଷେ ଅଧୁରା ସପନ

         ପୂରଣ ହୋଇନଥିଲେ

ସ୍କୃତି ସେହି ଅଟେ ଜୀବନ କାଳରେ

      ନିଜ ଲୋକ ହରାଇଲେ ॥

ଅଲୌକିକ ସ୍ମୃତି ଦିବ୍ୟ ଅନୁଭୂତି

        ଜୀବନର ଶ୍ରେଷ୍ଠ ପୁଣ୍ୟ

ସାତ୍ତ୍ୱିକ ଚେତନା ଜାଗରିତ କରେ

         ମାନବ ହୁଅଇ ଧନ୍ୟ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର , କେନ୍ଦୁଝର। ଓଡ଼ିଶା

 

Related posts

ଲଡୁଗାଁ ଦୁର୍ଗାପୂଜା ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ନବରଙ୍ଗପୁର ସାଂସଦ ଓ ବିଧାୟକ

Sunil Chandra Nayak

କଦଳୀମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଦୁଇ ବାଇକ ଆରୋହୀ ଗୁରୁତର

ବାସନ୍ତୀ ଲତା ଜେନା ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

Leave a Comment

error: Content is protected !!