ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ଅପୂର୍ଣ୍ଣତା

ଅପୂର୍ଣ୍ଣତା

 

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) 

 

ତୁମେ ଏବେବି ମନେ ପଡ 

ଝାପସା ଝାପସା

ଯେତେବେଳେ ମୋ ହାତରେ ଥାଏ ରଂଗ ଆଉ ତୂଳୀ

ହାତୁଡ଼ି ଆଉ ନିହଣ

କଲମ ଆଉ କାଗଜ ।।

 

କେତେବେଳେ ଓଠ ଦିଶେ

କେତେବେଳେ ଦେଖାଯାଏ 

ସୁନ୍ଦର ଆଖିର କରୁଣ କାହାଣୀ

ଆଉ କେତେବେଳେ ଭାସିଯାଏ 

ମାନସ ପଟରେ ଅଫେରନ୍ତା

ସେହି ହଜିଲା ଦିନର ଦୁଃଖର ରାଗିଣୀ ।।

 

ଇଚ୍ଛା ଲାଗେ ଶବ୍ଦ ଆଉ ରଙ୍ଗରେ 

ରଙ୍ଗେଇ ଦେବାକୁ ସେହି 

ଅଭୁଲା ମୂହୁର୍ତ୍ତ ମାନଙ୍କୁ 

ଲିପିବଦ୍ଧ କରି ରଖିବାକୁ ଚାହେଁ

ସେହି ଉଜୁଡ଼ା ପ୍ରେମ,ପ୍ରୀତି,ସ୍ନେହ ଓ ମମତାର ଅଲିଭା ରଂଗ ଆଉ ଶବ୍ଦ ମାନଙ୍କୁ ।। 

 

ହେଲେ ……

ଭୟ ଲାଗେ କାହିଁକି କେଜାଣି

ହଜିଲା ରଂଗ ଓ ଶବ୍ଦ ମାନଙ୍କୁ ଖୋଜିବା ପାଇଁ

ଥରି ଉଠେ ସମଗ୍ର ଶରୀର

ହୃଦୟ ଭିତରେ ବିସ୍ଫୋରଣ ହୁଏ

ବାରମ୍ବାର ବାରମ୍ବାର

ହାତରୁ ଖସି ଯାଏ ରଂଗ ଆଉ ତୂଳୀ ।।

 

ଅପୂର୍ଣ୍ଣତା ହୋଇ ରହିଯାଏ

ଏମିତି ଅନେକ ଅବସାଦ 

ଅଧା ଓ ଅଧୁରା ହୋଇ ରହିଯାଏ

ଅନେକ କବିତା ଆଉ ଶବ୍ଦ

କାହିଁକିନା ……

ତୁମେ ତ ଦେଖାଯାଅ  

ଝାପସା ଝାପସା ଲୁହ ବୋଳା

ଆଖିରେ ମୋର………… ।।

କଳା ପ୍ରଶିକ୍ଷକ: ୟୁ.ଜି.ଏଚ୍.ଏସ୍

(ଧନପୁର)

 ଟାଙ୍କୁଆ ଜୟପୁର

 

Related posts

କୋକସରା ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମବାୟ ଆନ୍ଦୋଳନ ର ପୁରୋଧା କୈଳାଶ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ପରଲୋକ

Sunil Chandra Nayak

ପ୍ରଶାସନର ଜନ ଅଭିଯୋଗ ଶୁଣାଣି ଶିବିର: ୪୭ ଟିଅଭିଯୋଗ

Sunil Chandra Nayak

Leave a Comment

error: Content is protected !!