ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟଙ୍କୁ ବିଦାୟ ସମ୍ବର୍ଦ୍ଧନା

କୋକସରା,୨୧/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜେଏମଏଫସି କୋର୍ଟ ର ବିଚାରପତି ଅଭିନନ୍ଦନ ନନ୍ଦ ଙ୍କ ବଦଳି ପରେ ଗୁରବାର କୋକସରା ବାର ଏସୋସିଏସନ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବାର ଏସୋସିଏସନ ର ସଭାପତି ରସିକ ରାଜ ଦୁର୍ଗା ଙ୍କ ସଭାପତିତ୍ୱ ରେ ବିଦାୟ ସମ୍ବର୍ଦ୍ଧନାରେ ବିଚାରପତି ଅଭିନନ୍ଦନ ନନ୍ଦ ଙ୍କ କାର୍ଯ୍ୟକାଳରେ ତାଙ୍କର ସହଯୋଗ ସବୁଦିନ ପାଇଁ ମନେ ରହିବ ବୋଳି ଉପସ୍ଥିତ ଓକିଲ ମାନେ ମତ ରଖିଥିଲେ।ଶ୍ରୀ ନନ୍ଦ କୋକସରା କୋର୍ଟର ପ୍ରଥମ ବିଚାରପତି ଭାବେ ୨୦୧୯ ରେ ଯୋଗଦାନ କରି ସୁଚାରୁରୂପେ କାର୍ଯ୍ୟ ତୁଲାଇଥିଲେ। ତାଙ୍କୁ କଟକ ଜିଲ୍ଲା ନିଆଳି କୋର୍ଟ କୁ ବଦଳି ହୋଇଥିବା ଜଣାପଡିଛି।ଆଜି ତାଙ୍କର ବିଦାୟ ସମ୍ବର୍ଦ୍ଧନା ଅବସରରେ ସରକାରୀ ଓକିଲ ଅଜିତ କୁମାର ପଟ୍ଟନାୟକ ସମେତ ବାର ଏସୋସିଏସନ ର ସମ୍ପାଦକ ଗଗନ ମହାନନ୍ଦ, ନୋଟାରୀ ପଞ୍ଚାନନ ବେଶ୍ରା, ପ୍ରିୟ ରଞ୍ଜନ ବେହେରା, ଲକ୍ଷ୍ମୀକାନ୍ତ ଖମାରି, ମନୋଜ ନାଏକ, ଲଖିଧର ମେହେର, ଲଳିତ ଦାସ, ପ୍ରେମଲାଲ ସିଂ, ଉଗ୍ରେସନ ବାଗ, ଜଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ମାନସ ରଞ୍ଜନ ସିଂ ସମେତ କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦଯାପିତ

Sunil Chandra Nayak

ନିର୍ବାଚନୀ ପ୍ରତିଶୃତି ରକ୍ଷା କଲେ ନବ ନିର୍ବାଚିତ ସରପଞ୍ଚ ଡମ୍ବରୁଧର

Sunil Chandra Nayak

କବିତା ସାହୁ ଙ୍କ କବିତା ପୁନର୍ଜନ୍ମ

Leave a Comment

error: Content is protected !!