ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ ଉତ୍ସବ ପାଲନ କଲେ ଭାଜପା କର୍ମକର୍ତ୍ତା

କୋକସରା,୨୧/୭-( ମ ନି ସ) ରାଷ୍ଟ୍ରପତି ନିର୍ବାଚନ ରେ ଓଡିଶା ର ଆଦିବାସୀ ନେତ୍ରୀ ଦ୍ରୋପଦି ମୂର୍ମୁଙ୍କ ବିଜୟ ପରେ ଆଜି ଦେଶରେ ଉତ୍ସଵର ମାହୋଲ ଖେଳିଯାଇଛି। କୋକସରା ବ୍ଲକ ଭାଜପା କର୍ମକର୍ତ୍ତା ମାନେ ବିଜୟ ଉତ୍ସଵ ପାଳନ କରିଛନ୍ତି। ଏହି ଅବସରରେ ପରସ୍ପର ମଧ୍ୟରେ ମିଠା ବଣ୍ଟନ ସହ ବିଜୟ ଶୋଭାଯାତ୍ରାରେ ବାହାରି ଉତ୍ସଵ ପାଳନ କରିଛନ୍ତି। ଭାଜପା ର ବରିଷ୍ଠ ନେତା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରି ଗରୁଡ଼ଧ୍ଵଜ ମାଝୀ, ଉପ ସଭାପତି ଗୋପାଳ ଅଗ୍ରୱାଲ, ରଜନୀକାନ୍ତ ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ମଣ୍ଡଳ ସଭାପତି ଆମପାଣି ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର, ନବୀନ ପ୍ରଧାନୀ, ମନୋଜ ନାଏକ, ସୋମନାଥ ବାଗ, ଧର୍ମାନନ୍ଦ ନେଗି, ଧର୍ମାନନ୍ଦ ପଟ୍ଟନାୟକ, ସୁଭାଷ ଚନ୍ଦ୍ର ଦାସ, ସନାତନ ସୁନାନୀ, ସୁଗ୍ରୀବ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ବିଜୟ ଉତ୍ସବ ପାଳନ କରିଛନ୍ତି।

Related posts

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

ସରକାରୀ ବେସରକାରୀ ଗାଡ଼ି ଚାଳାଚଳ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିକଲେ ଦଳପଡା ଗ୍ରାମପଞ୍ଚାୟତ ବାସୀ

Sunil Chandra Nayak

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

Leave a Comment

error: Content is protected !!